ଚଳନ୍ତି ସମୟର ଅଜସ୍ର ଅକୁହା କଥାକୁ କହେ କବିତା: ସମସ୍ୟାକୁ ନେଇ କବିଟିଏ ଦୁଃଖ କରେ, କାନ୍ଦେ  ଓ ଲେଖେ କବିତା 

0

ପ୍ରଚଣ୍ଡ ଖରାରେ ଶାନ୍ତି ଓ ଶୀତଳତାର ବାର୍ତ୍ତା ବାଣ୍ଟିଲା ନିଦାଘୋତ୍ସବ 
13-05-18-bol.jpg - 81.19 kB

ବଲାଙ୍ଗିର(ନିରୋଜ ମିଶ୍ର)-  ପ୍ରଚଣ୍ଡ ନିଦାଘ ବେଳାରେ କବିତାର ଚନ୍ଦନ ପ୍ରଲେପ ବେଶ ବିମୁଗ୍ଧ କରେ ମନ ଓ ପ୍ରାଣକୁ । କବିତାର କୋମଳ ପଣ ଓ ଶାଶ୍ୱତ ଆଲିଙ୍ଗନ ତୃତ୍ତକରେ ବର୍ତ୍ତମାନର ବିବ୍ରତ ଜନମାନସକୁ । ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ସାମ୍ବାଦିକ ଭବନରେ ଅନୁଷ୍ଠିତ  ହୋଇଯାଇଛି    ନିଦାଘୋତ୍ସବ-୨ା ଏହି ଅବସରରେ “କବି, କବିତା ଓ କାଠଗଡା” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅଠର ଜଣ କବି ସାମିଲ ହୋଇଥିଲେ ।  ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୁଜାରୀ ଓ ସମ୍ପାଦକ ଶିଶିରକାନ୍ତ ଶତପଥି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ଅନନ୍ୟ ପର୍ବରେ ସୁସାହିତ୍ୟିକ  ଡ. ଶୁଭଶ୍ରୀ ଲେଙ୍କା ନ୍ୟାୟାଧିଶ ଭାବରେ ମଂଚାସୀନ ଥିଲେ । କବି ଆନନ୍ଦ ଚନ୍ଦ୍ର ସାହୁ ଏବଂ ଡ. ସଂଜୟ କୁମାର ମିଶ୍ର ମଂଚ ପରିଚାଳନା କରିଥିବା ବେଳେ କବି ଡ. ଜ୍ୟୋତି ସାହୁ, ହେମାଙ୍ଗିନି ଦାଶ, ମୀରା ଶତପଥି, ଜୟଶ୍ରୀ ସାହୁ, ସ୍ୱର୍ଣ୍ଣକାନ୍ତି ବୈକାର, ବନ୍ଦନା କର, ସ୍ନେହଲତା ଷଡଙ୍ଗୀ, ରସରାଜ ଅଚୁ୍ୟତ ପୁରୋହିତ ଏବଂ ଡ. ବେଣୁଧର ପାଣ୍ଡେ କବିତା ପାଠ କରିଥିଲେ । ପ୍ରଶ୍ନକର୍ତ୍ତା କବି ଭାବରେ  ସନ୍ଦୀପ କୁମାର  କୁଅଁର, ନବୀନ ବିଶ୍ୱବନ୍ଧୁ, ସୁକାନ୍ତ ସାହୁ, ନରେନ୍ଦ୍ର ଭୋଇ, ରାଜୀବ ଲୋଚନ ଆଚାର୍ଯ୍ୟ ଏବଂ ଚର୍ତୁଭୁଜ ସାଆନ୍ତ ଯୋଗଦାନ କରିଥିଲେ । ସଭାରେ ମୁଖ୍ୟ ଅତିଥିଭାବରେ ଜିଲ୍ଲା ଓ ଦୌରା ଜଜ୍ ସୁର୍ଯ୍ୟପ୍ରକାଶ କର ସମ୍ମାନିତ ଅତିଥି ଭାବରେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଯୋଗଦେଇଥିଲେ । ସମସ୍ତ ଅତିଥି କବିଙ୍କୁ ଉପାୟନ ଓ ଫୁଲତୋଡା ତଥା ସ୍ମାରକ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସୁଚନା ଯୋଗ୍ୟଯେ ଉକ୍ତ କବିତା ପାଠୋତ୍ସବ  ଓଡିଶାରେ ସାହିତ୍ୟ ପରମ୍ପରାର ଏକ ନୁଆ ଅଧ୍ୟାୟ ସୃଷ୍ଟି କରିଛି । କବୟତ୍ରୀମାନେ କବିତା ପାଠ କରିଥିଲାବେଳେ କବିମାନେ ସେ କବିତାର ତର୍ଜମା ପୁର୍ବକ ଏକାଧିକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର କି ରଖିବାକୁ ପଡିଥିଲା କବୟତ୍ରୀ ମାନଙ୍କୁ । କବିମାନଙ୍କ ସୁଚତୁର ପ୍ରଶ୍ନ ଓ କବୟତ୍ରୀମାନଙ୍କ ଭାବଗର୍ଭକ ଚଟୁଳ ଚତୁର ଉତ୍ତର ଉପସ୍ଥିତ ଶତାଧିକ ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧକରି ରଖିଥିଲା । ଶେଷରେ ନ୍ୟାୟାଧିଶ ଭୁମିକାରେ ଥିବା ଡ. ଶୁଭଶ୍ରୀ ଲେଙ୍କା ପଠିତ ସମସ୍ତ କବିତା ଉପରେ ମତାମତ ରଖିବା ସହ ସମସ୍ତ କବିତା ଜନଜୀବନର ଛାପ ବହନ କରିବା ସହ  ମାନବୀୟ ଚିନ୍ତା ଓ ଚେତନାର କଥା ପ୍ରକଟ କରୁଛି ବୋଲି କହି ସମସ୍ତ କବିତା ଅତ୍ୟନ୍ତ ଉନ୍ନତ ମାନର ବୋଲି ପ୍ରକାଶ କରିଥିଲେ । କବି ସଂଜୟ ମିଶ୍ର କବିତା ପାଠ କରିଥିବା କବିଙ୍କ କବିତା ସବୁ ଓଡିଶାର ବିଭିନ୍ନ ପତ୍ରପତ୍ରିକାରେ  ପ୍ରକାଶ କରିବାକୁ ଅନୁରୋଧ କରିବାବେଳେ କବି ଆନନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ପ୍ରତାପ ରଥ,ସତ୍ୟସୁନ୍ଦର ଭଞ୍ଜ, ଗୋପୀନାଥ ଦଣ୍ଡସେନା, ସୁଜିତ ଶତପଥି, ରଂଜିତ ମିଶ୍ର, ନିରୋଜ ମିଶ୍ର, ଲକ୍ଷ୍ମୀ ପଟ୍ଟନାୟକ, ସୁମନ୍ତ ଭୋଇ, ବାସୁଦେବ ସା, ସଚ୍ଚିଦାନନ୍ଦ ପ୍ରଧାନ, ସଂଘର ସାମ୍ବାଦିକ ବୃନ୍ଦ ଉସôବର ସଫଳ ଆୟୋଜନରେ ସହଯୋଗ କରିଥିଲେ । 

Leave A Reply

Your email address will not be published.