ଛ ମୃତ୍ୟୁ ସହ  ଆଜି ୬୭୩  ଆକ୍ରାନ୍ତ: କରୋନା ଟପିଲା ୧୮୦୦୦ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଆଜି ରାଜ୍ୟରେ  ଟପିଲା ୧୮୦୦୦  |  ନେଇଛି ଆଜି ୬ ମୁଣ୍ଡ |  ରାଜ୍ୟରେ ଆଜି ଚିହ୍ନଟ ହେଲେ ୬୭୩  ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୪୪୬   ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୨୭   ଜଣ | ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୮୧୧୦  ରେ ପହଁଚିଲା | ସକ୍ରିୟଙ୍କ ସଂଖ୍ୟା ୫୫୩୩  ଥିବା ବେଳେ ସୁସ୍ଥ ହେଲେଣି ୧୨୪୫୨  ଜଣ | ଆଜି ମୃତକଙ୍କ ମଧ୍ୟରୁ ୫ ଜଣ ଗଂଜାମ ଜିଲ୍ଲାରୁ ଓ ଜଣେ ଗଜପତି ଜିଲ୍ଲାରୁ | 

ଆଜି ରାଜ୍ୟରେ ସର୍ବାଧିକ ଗଂଜାମ ଜିଲ୍ଲାରୁ ୨୩୯ ଜଣ ଚିହ୍ନଟ ହୋଇଥିବା ବେଳେ ଖୋରଧା ଓ ଭଦ୍ରକରୁ  ୫୮ଜଣ ଲେଖାଏ  , କନ୍ଧମାଳ  ୪୪, କୋରାପୁଟ  ୪୧, ଜଗତସିଂହପୁର ୩୬, କଟକ  ୩୨, ଯାଜପୁର ୨୮, କେନ୍ଦୁଝର ୨୪, ବରଗଡ  ୨୨, ଗଜପତି ୧୫,  ଝାରସୁଗୁଡା ୧୪, ବାଲେଶ୍ୱର  ୧୩, ଢେଙ୍କାନାଳ ୧୦, ସୁନ୍ଦରଗଡ  ୧୧,  ଅନୁଗୁଳ, ସୋନପୁର, ପୁରୀ, ନୟାଗଡ, ମାଲକାନଗିରି, କେନ୍ଦ୍ରାପଡାରୁ  ୪ଜଣ ଲେଖାଏ , ସମ୍ବଲପୁର ୩, ମୟୁରଭଞ୍ଜରେ ଜଣେ ଚିହ୍ନଟ ହୋଇଛନ୍ତି |  

Leave A Reply

Your email address will not be published.