ଆଇନର ରକ୍ଷକ ନା ସରକାରୀ ଗୁଣ୍ଡା !!!

0

 ପୁଲିସ୍‌ ଦାଦାଗିରି : ବିଚ୍‌ ରାସ୍ତାରେ ନିସ୍ତୁକ ପିଟିଲେ, ଥାନା ଘେରିଲେ ଉତ୍ତେଜିତ ଜନ ସାଧାରଣ ।

 à¬†à¬‡à¬¨à¬° ରକ୍ଷକ ନା ସରକାରୀ ଗୁଣ୍ଡା !!!

ବରଗଡ଼(ନୀଳ ଦୀପ)  – ଶନିବାର ରାତି ପ୍ରାୟ ୮ଟା ବେଳେ ବରଗଡ଼ ପୁଲିସ୍‌ ବିଚ୍‌ ରାସ୍ତାରେ ଦାଦାଗିରି ଦେଖାଇଛି। ଦାଦାଗିରିର ଶିକାର ହୋଇଛନ୍ତି ଜଣେ ୨୦ ବର୍ଷର ଯୁବକ ଅମିତ୍‌ ସାହୁ। ଯୁବକ ଜଣକ ଟାଉନ୍‌ ଥାନା ନିକଟସ୍ଥ ଏକ ଦୋକାନରେ କାମ କରନ୍ତି। ଅଭିଯୋଗ ଅନୁଯାୟୀ ଅମିତ୍‌ ଦୋକାନ ସମ୍ମୁଖରେ ଗୋଟିଏ ସ୍କୁଟି ଉପରେ ବସି ନିଜ ମୋବାଇଲ୍‌ ଦେଖୁଥିଲେ। ସ୍କୁଟିଟି ରାସ୍ତା କଡ଼ରେ ପାର୍କିଂ ପାଇଁ ଉଦ୍ଦିଷ୍ଟ ଧଳା ଚିହ୍ନ ବାହାରେ ଥିଲା। ଏହି ସମୟରେ ଗୋଟିଏ ପିସିଆର୍‌ ଭ୍ୟାନ୍‌ରେ ଜଣେ ଏଏସ୍‌ଆଇଙ୍କ ନେତୃତ୍ୱରେ କିଛି ପୁଲିସ୍‌ବାଲା ସେଠାରେ ପହଂଚିଥିଲେ। ଯୁବକ ଜଣକ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବସିଥିଲେ ହେଁ ତାଙ୍କୁ ନିର୍ଧୁମ୍‌ ପିଟିଥିଲେ। ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ପରେ ତାଙ୍କୁ ଥାନାକୁ ନେଇଥିଲେ। ଥାନା ଭିତରେ ମଧ୍ୟ ତାଙ୍କୁ ୨୦ରୁ ଅଧିକ ପୁଲିସ୍‌ କର୍ମଚାରୀ ନିର୍ଧୁମ୍‌ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।ଘଟଣା ପ୍ରଘଟ ହେବା ପରେ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସରକାରୀ ବସ୍‌ଷ୍ଟାଣ୍ଡଠାରୁ ଲେଙ୍ଗୁମିଶ୍ର ଛକଯାଏଁ ଥିବା ଦୋକାନଗୁଡିକ ବନ୍ଦ କରି ଦୋକାନୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଟାଉନ୍‌ ଥାନା ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଟାଉନ୍‌ ଥାନାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏପରିକି ଗେଟ୍‌କୁ ସିଲ୍‌ କରି ବାହାରେ ପୁଲିସ୍‌ ଫୋର୍ସ ମୁତୟନ ରହିଥିଲେ |

Leave A Reply

Your email address will not be published.