ବଲାଙ୍ଗୀର ଜିଲ୍ଲାକୁ ମରୁଡି ଘୋଷଣା ଦାବି, କେନ୍ଦ୍ରର ଜନ ବିରୋଧୀ ନୀତିକୁ ନିନ୍ଦା , ବଲାଙ୍ଗୀର ରେ ଆମ ଆଦମୀ ପାର୍ଟିର ବିରାଟ ପ୍ରତିବାଦ ସଭା

0

 

 

ବଲାଙ୍ଗୀରରୁ ନୀରୋଜ ମିଶ୍ର :ବଲାଙ୍ଗୀର ଜିଲ୍ଲାକୁ ସମ୍ପୂର୍ଣ ମରୁଡି ଘୋଷଣା କରିବା ଦାବି ସହ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦ୍ୱାରା ହେଉଥିବା ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆମ ଆଦମୀ ପାର୍ଟି ବଲାଙ୍ଗୀର ପକ୍ଷରୁ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଜୟ ଦାଶଙ୍କ ଅଧ୍ୟକ୍ଷଅଟା ରେ ଅନୁଷ୍ଠିତ ଏଇ ପ୍ରତିବାଦ ସଭାରେ ଦଳର ଟାଣୁଆ ଜାତୀୟ ନେତ୍ରୀ  ତଥା ଦିଲ୍ଲୀ ଚାନ୍ଦନୀଚୌକ ବିଧାୟିକା ଅଳକା ଲାମ୍ବା, ବିଧାୟକ ନରେଶ ଯାଦବ, ଓଡିଶା ସଂଯୋଜକ ନିଶିକାନ୍ତ ମହାପାତ୍ରଙ୍କ ସମେତ ବହୁ ସ୍ଥାନୀୟ ଓ ରାଜ୍ୟ ନେତା ଆଉ କର୍ମକର୍ତା ଯୋଗ ଦେଇଥିଲେ. ।  ସ୍ଥାନୀୟ ଟାଉନ ହାଲ ଠାରେ ଆୟୋଜିତ ପ୍ରତିବାଦ ସଭାରେ ନେତା ମାନେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିବା ସହ ଓଡିଶା ସରକାରଙ୍କ ପକ୍ଷରୁ ବଲାଙ୍ଗୀର ଜିଲାର ବିକାଶ ପାଇଁ ଆନ୍ତରିକ ଉଦ୍ୟମ କରା ଜୁଇ ନଥିବା ଯୋଗୁ ରାଜ୍ୟ ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ । ଦେଲ୍ହୀ ତ ରାଜ୍ୟ ସ୍ତରରୁ ଆସିଥିବା ନେତୃବୃନ୍ଦଙ୍କୁ ଏକ ବିରାଟ ମୋଟରସାଇକଳ ଯାତ୍ରାରେ ଟାଉନ ହଲ  ପର୍ଯ୍ୟନ୍ତ ନିଅ ଯାଇଥିଲା ` । ସେଠାରେ ଦିଲ୍ଲୀରୁ ଆସିଥିବା ବିଧାୟିକା ଅଳକା ଲାମ୍ବା ଦିଲ୍ଲୀର କେଜ୍ରିୱାଲ ସରକାର ପକ୍ଷରୁ ନିଅ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ  । ସେ କହିଥିଲେ ସାଧାରଣଲୋକର ବିକାଶ ଲାଗି ଅନ୍ତରିକତାପୂର୍ଣ ମାନସିକତା ଦରକାର  । କେବଳ ଭାଷଣ ମାରିଦେଲେ ହେବନି, ଆମକୁ ପରିବର୍ତନ ପାଇଁ କାମ କରିବାକୁ ପଡିବ ବୋଲି କହିଥିଲେ।

 

Leave A Reply

Your email address will not be published.