ରାଜସ୍ୱ ଅମଲାଙ୍କ ସମୂହ ଛୁଟି ନବମ ଦିନରେ

0

09-05-18-bo.jpg - 61.21 kB

ବଲାଙ୍ଗିର /ନୀରୋଜ ମିଶ୍ର -ଜିଲ୍ଲା ରାଜସ୍ୱ ଅମଲା ସଂଘର ସମୂହ ଛୁଟି ଆନେ୍ଦାଳନ ଅଷ୍ଟମ ଦିନରେ ପହଂଚିଛି। ଉକ୍ତ ଆନ୍ଦୋଳନ ଯୋଗୁଁ କର୍ମଚାରୀ ମାନଙ୍କ ଅନୁପସ୍ଥିତିରେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଲୋକେ ଜମିଜମା ସମ୍ବନ୍ଧୀୟ କାମ, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧୀୟ ବିଲ, ରାସ୍ତା କାମ ପାଇଁ ବିଲ, ଜମି ପଞ୍ଜିକରଣ, ଯାନବାହାନ ପଞ୍ଜିକରଣ ସମ୍ବନ୍ଧୀୟ କାମ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାରୁ ବଞ୍ଚôତ ହୋଇ ନିରାଶ ହୋଇ ଫେରି ଯାଉଛନ୍ତି । ଅନ୍ୟ ପଟେ ସରକାର ରାଜସ୍ୱ ଅମଲା ମାନଙ୍କର ଦାବୀ ପୂରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅମଲା ମାନେ ଆନେ୍ଦାଳନ ଜାରି ରଖିବା ପାଇଁ ଜିଦ ଧରି ବସିଛନ୍ତି । ଏଭଳି ପରିସ୍ଥିତିରେ ରାଜସ୍ୱ ଅମଲା ସଂଘର କାର୍ଯ୍ୟ କର୍ତ୍ତା ତଥା କର୍ମଚାରୀମାନେ ଆନେ୍ଦାଳନରୁ ନ ଓହରିଲେ ସମସ୍ୟା ଗୁରୁତର ହେବାର ଆଶଂକା ରହିଛି । ବର୍ତ୍ତମାନ ମେଟ୍ରିକ ଫଳାଫଳ ପ୍ରକାଶ ପାଇଥିବାରୁ ଛାତ୍ର ଛାତ୍ରୀମାନଙ୍କ ପାଠ ପଢା ନିମନ୍ତେ ତଥା ନାମ ଲେଖା ପାଇଁ ଜାତିଗତ, ବାସିନ୍ଦା ତଥା ଆୟ ପ୍ରମାଣ ପତ୍ରର ଆବଶ୍ୟକତା ପଡୁଥିବାରୁ ଅଭିଭାବକମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହାର ଯଥା ଶୀଘ୍ର ସମାଧାନ ହେଲେ ଭଲ ହେବ ବୋଲି ଅଞ୍ଚଳ ବାସୀ ଆଲୋଚନା କରୁଛନ୍ତି । ଭବିଷ୍ୟତରେ ସରକାର ଯଦି ରାଜସ୍ୱ ଅମଲା ମାନଙ୍କର ଦାବୀ ପୂରଣ ନିମନ୍ତେ ଉଚିତ ପଦକ୍ଷେପ ନ ନିଅନ୍ତି ତେବେ ଆନେ୍ଦାଳନ ଆହୁରି ତୀବ୍ରତର ହେବ ବୋଲି ବଲାଙ୍ଗିର ରାଜସ୍ୱ ଅମଲା ସଂଘର ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ତ୍ରିପାଠି କହିଛନ୍ତି । ଉକ୍ତ ସଭାରେ ସଭାପତି ପ୍ରଦ୍ୟୁମ୍ନ  କୁମାର ମିଶ୍ର, ସମ୍ପାଦକ ଚୈତନ୍ୟ ବାଗ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାବୁ, କାର୍ଯ୍ୟକାରୀ ସଭାପତି ରାମ ନାରାୟଣ ମିଶ୍ର, ସରୋଜ ବାବୁ, ସୁଧାକର ମହାପାତ୍ର, ମଳୟ ଆନନ୍ଦ ତ୍ରିପାଠି, ଅଶୋକ ମିଶ୍ର, ବିବେକାନନ୍ଦ ନାୟକ ଓ ଗଗନ ସାଏ ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.