ଅଙ୍ଗନଦୀ ବନ୍ଧ ପାଇଁ ଆମରଣ ଅନଶନ ଜାରୀ, ସାତ ଅନଶନ କାରୀ ଡାକ୍ତରଖାନାରେ ଭର୍ତ୍ତି 

0

07-05-18-anga.jpg - 140.54 kB

ପଦ୍ମପୁରରୁ ନିଳ ଦୀପ- ଅଙ୍ଗବନ୍ଧ ଜଳସେଚନ ପ୍ରକଳ୍ପ ଶୀଘ୍ର କାମ ଆରମ୍ଭ କରିବା ଦାବିରେ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ସୋମବାର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୬ଜଣ ଆମରଣ ଅନଶନରେ ବସିଥିବା ବେଳେ ମଙ୍ଗଳବାର ପ୍ରାୟ ୯ଟା ସମୟରେ ପ୍ରଥମେ ୫ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନେ ହେଲେ ଗଙ୍ଗାଧର ଗଡତିଆ, ଡୋଲାମଣି ସାହୁ, ଅକ୍ଷୟ ସାହୁ, କୁଞ୍ଜ ସାଗରିଆ ଓ ପ୍ରେମରାଜ ସାହୁ ।ପରେ ଆଉ ଦୁଇ ଜଣ ଲକ୍ଷ୍ମୀ ପ୍ରସାଦ ସାହୁ ଓ ଗଣେଶ ବଢେଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମଧ୍ୟ ଭର୍ତ୍ତି କରାଯାଇଥିଲା ।  ପଦ୍ମପୁର ଆଇଆଇସି କେ. ପ୍ରିୟଙ୍କା ରାଉତରାୟଙ୍କ ସମେତ ପୋଲିସ ଅଧିକାରୀମାନେ ଆନ୍ଦୋଳନ ଓ ଡାକ୍ତରଖାନା ଉପସ୍ଥିତ ଅଛନ୍ତି । ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଏନ. ଶର୍ମା ଅନଶନ ସ୍ଥଳକୁ ଆସି ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ।

Leave A Reply

Your email address will not be published.