କୋଇଲା ଖଣି ଶ୍ରମିକଙ୍କ ମହଙ୍ଗା ଭତା ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି

0

 

•ମହଙ୍ଗା ଭତା ବଢିଲା ପରେ ଅଣକୁଶଳି ଶ୍ରମିକ ମାନେ ଏବେ ଦୈନିକ ୬୦୮ ଟଙ୍କା ପାଇବେ ।

•ଅର୍ଦ୍ଧକୁଶଳି ଶ୍ରମିକ ମାନେ ଦୈନିକ ୬୭୪ଟଙ୍କା, କୁଶଳି ଶ୍ରମିକମାନେ ଦୈନିକ ୭୩୯ ଟଙ୍କା ଏବଂ ଅତିକୁଶଳି ଶ୍ରମିକ ମାନେ ଦୈନିକ ୮୦୫ଟଙ୍କା ପାଇବେ । 

•ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋଇଲା ମନ୍ତ୍ରୀ ପିୟୁସ ଗୋଏଲ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ।

•୦୧ ଏପ୍ରିଲରୁ ଲାଗୁ ହେବ ବର୍ଦ୍ଧିତ ମହଙ୍ଗା ଭତା  ।

ଭୁବନେଶ୍ୱର, (ଚକ୍ରଧର ମାଝି): ଦେଶର କୋଇଲା ଖଣିରେ କାମ କରୁଥିବା କର୍ମଚାରୀମାନ ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହି ଦେଶରେ ଘରେ ଘରେ ବିଜୁଳି ପହଂଚୁଛି ସେମାନଙ୍କର ମହଙ୍ଗା ଭତା ବୃଦ୍ଧି କରିଥିବା କାରଣରୁ ରାଜ୍ୟ ବିଜେପି ପକ୍ଷ୍ୟରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋଇଲା ମନ୍ତ୍ରୀ ପିୟୁସ ଗୋଏଲ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦିଆଯାଇଛି । 

ଦଳ ପକ୍ଷ୍ୟରୁ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତିକି  କୋଲ ଇଣ୍ଡିଆ କତୃପର୍କ୍ଷ୍ୟ ଶ୍ରମିକ ମାନଙ୍କ ମହଙ୍ଗା ଭତା ବଢାଇବା ପାଇଁ ନିଷ୍ପତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏବେ ବଢାଇଥିବା ମହଙ୍ଗା ଭତା କୁ ହିସାବକୁ ନେଲେ ଅଣକୁଶଳି ଶ୍ରମିକ ମାନେ ଏବେ ଦୈନିକ ୬୦୮ ଟଙ୍କା ପାଇବେ । ସେହିପରି ଅର୍ଦ୍ଧକୁଶଳି ଶ୍ରମିକ ମାନେ ଦୈନିକ ୬୭୪ଟଙ୍କା, କୁଶଳି ଶ୍ରମିକମାନେ ଦୈନିକ ୭୩୯ ଟଙ୍କା ଏବଂ ଅତିକୁଶଳି ଶ୍ରମିକ ମାନେ ଦୈନିକ ୮୦୫ଟଙ୍କା ପାଇବେ । ରାଜ୍ୟରେ କାମ କରୁଥିବା ହଜାର ହଜାର କୋଇଲା ଶ୍ରମିକ ମାନେ ଏହି ମହଙ୍ଗା ଭତା ବୃଦ୍ଧି ପାଇଁ ଲାଭ୍ୱାନିତ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି । 

 

Leave A Reply

Your email address will not be published.