ଦୁତୀକେଶ୍ୱର ମହାଦେବଙ୍କ ପୀଠରୁ ଚୋରୀ

0 1

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ ଜାମୁପାଟଣା ଗ୍ରାମରେ ବିରାଜିତ ଶ୍ରୀଶ୍ରୀ ଦୁତୀକେଶ୍ୱହର ମହାଦେବଙ୍କ ପୀଠରେ ବିରାଜିତ ଶ୍ରୀଜଗନ୍ନଥ ମହାପ୍ରଭୁଙ୍କ ମନ୍ଦିର ପରିଶରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ ଶ୍ରୀଶ୍ରୀ ଦୁତୀକେଶ୍ୱର ମହାଦେବଙ୍କ ପୀଠରେ ନିକଟରେ ନୂତନ ଭାବେ ପ୍ରତିଷ୍ଠା କାରାଯାଇଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ଶନିବାର ବିଳମ୍ବିତ ରାତିରେ ଦକ୍ଷିଣ ଦ୍ୱାର ତାଲାଭାଙ୍ଗି କେହି ଦୁର୍ବୁତ କଂସାଘଂଟ, ପିତଳଗଡୁ, ଆଳତିଦାନୀ, ତମ୍ବାଥାଳି, ପିତଳଗ୍ଳାସ, ପିତଳଗରା, ପିତଳଥାଳି ଇତ୍ୟାଦି ସହିତ ଠାକୁରଙ୍କ ହୁଣ୍ଡିବାକ୍ସ ଭାଙ୍ଗି ଆନୁମାନିକ ୧୫ହଜାର ଟଙ୍କା ମୁଲ୍ୟର ସମ୍ପତି ଲୁଟିନେଇଛି । ଏନେଇ ଜଣାପଡିବା ପରେ ମନ୍ଦିର ତରଫରୁ ଅଭିଯୋଗ ପାଇ ଓଡ଼ଗାଁ ପୋଲିସ ୧୦୮/୨୦ରେ ଏକ ମାମଲା ରୁଜୁକରି ଅନୁସନ୍ଧାନ ଜାରିରଖିଥିବା ଜଣାଯାଇଛି । 

Leave A Reply

Your email address will not be published.