ସୁବାଷ ଚୌହାନଙ୍କ ବିୟୋଗରେ ଶିକ୍ଷକ ସଂଘର ଶୋକ

0 1

 ପଦ୍ମପୁର(ଶାସକ ପ୍ରଶାସକ): ପଶ୍ଚିମ ଓଡିଶା  ବିକାଶ ପରିଷଦର ସଭାପତି ତଥା ଏ ଅଞ୍ଚଳର ଆଦର୍ଶ ଜନନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗ ରେ ସାରା  ଓଡ଼ିଶା ସ୍ତବ୍ଧ ହୋଇଯାଇଛି। ତାଙ୍କ ମହାପ୍ରୟାଣ ରେ  ତାଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ରାଜବୋଡାସମ୍ବର ମିଳିତ ପ୍ରାଥମିକ ସଂଘର ଏକ ଜରୁରୀ ବୈଠକ ସ୍ୱଳ୍ପ ସଙଖ୍ୟକ ସଭ୍ୟ ଙ୍କୁ ନେଇ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତ ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଥିଲା।ଦିବଙ୍ଗତ ନେତା ଙ୍କ ସ୍ମୃତି ଚାରଣ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏ ଅବସରରେ ଜତିନ୍ଦ୍ର କୁମାର ଦାଶ,ବିବେକାନନ୍ଦ ମହାପାତ୍ର, ଅଭିଷେକ ମହାନ୍ତି, ମନୋଜ କୁମାର ପଣ୍ଡା, ଅଶୋକ କୁମାର ବହିଦାର,ବିଶ୍ବ ନାଥ ଯୋଶୀ, ଭରତ ସାହୁ, ସାନ୍ତାନୁ ସରାଫ,ଲଲିତ କୁମାର ଦାଶ,ରବିନାରାୟଣ ପଣ୍ଡା, ଶିବ ପ୍ରସାଦ ଯୋଶୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.