ଭୁବନେଶ୍ୱର : ମାତୃତ୍ୱ ଦିବସରେ ମାତୃଶକ୍ତି କୁ ସମ୍ମାନ ଓ ପ୍ରଣାମ | ମା’ର ମମତା, ତ୍ୟାଗ, ତିତିକ୍ଷା, ବଳିଦାନ ଅସୀମ ଆଉ ଅତୁଳନୀୟ | ସେଇ ମା ପାଇଁ ଲେଖି ବସିଲେ ତ ପୋଥି ହୋଇଯିବ | ହେଲେ ସଂସାରର ସର୍ବଶେଷ୍ଠ ସୃଷ୍ଟି “ମା” ର ମହନୀୟତାକୁ ସମ୍ମାନ ଓ ଶ୍ରଦ୍ଧା ଜଣାଇ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ତାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନଵ ପ୍ରୟାସ କରିଛି | ମାଙ୍କ ସହିତ ସେଲ୍ଫିଟିଏ ଉଠାଇ ମା ବିଷୟରେ ଦି ଧାଡି ଲେଖିବାର ଅବସର ଯୋଗାଇଛି ସୋଆ | ସୋଆର ଛାତ୍ରଛାତ୍ରୀ ମାନେ ନିଜ ମାଙ୍କ ଓ ତାଙ୍କ ସମ୍ପର୍କରେ ଦୁଇପଦ ଲେଖିବା ସହ ମାଙ୍କ ସହ ତାଙ୍କର ଏକ ସେଲଫି ପଠାଇବେ ମେ 17 ତାରିଖ ସୁଦ୍ଧା [email protected] ମେଲ ଆଇଡି ଓ 9776645918 ହ୍ବାଟସଆପ ନମ୍ବରରେ | ଛାତ୍ରଛାତ୍ରୀ ମାନେ ପଠାଇଥିବା ମେସେଜରୁ 10ଟି ଶ୍ରେଷ୍ଠ ମେସେଜ ପ୍ରଦାନକାରୀ ଛାତ୍ରଛାତ୍ରୀଙ୍କୁ ସୋଆ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ସୋଆ ପକ୍ଷରୁ କୁହାଯାଇଛି |
Sign in
Sign in
Recover your password.
A password will be e-mailed to you.
Prev Post
Next Post