ମନରେଗା ଗରିବଙ୍କ ପାଇଁ ବରଦାନ ସଦୃଶ୍ୟ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାରାତ୍ମକ କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣାର କଡାକଡି ପାଳନ କରାଯାଉଛି ।

   ଏଭଳି ଦୁର୍ଦ୍ଦିନ ସମୟରେ ଗରିବ ଓ କୁଲି ଖଟିଖିଆଙ୍କ କାମଧନ୍ଦା ସବୁ ଠପ୍ ହୋଇ ଯାଇଥିବା ବେଳେ  ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ  ଗ୍ରାମାଞ୍ଚଳର ଗରିବ ତଥା ଦିନ ମଜୁରିଆ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ମନରେଗା ତଥା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ  କାମ କରିବା ଘୋଷଣା ସହାୟତା ଗରିବ ଲୋକଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ହୋଇଛି , ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମାଞ୍ଚଳର ହିତାଧିକାରୀ ।

   ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କତଲକଇଠା ପଞ୍ଚାୟତର ଆଦିବାସୀ ବହୁଳ ମାର୍କଡା ଗ୍ରାମର ଲୋକେ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ କାମ ପାଇ ସେମାନେ ବେଶ ଖୁସି । 

 ହିତାଧିକାରୀ ମାନେ କହିଛନ୍ତି ଯେ , ଆମେ ବହୁତ ଗରିବ ଶ୍ରେଣୀର। ଲକ୍ ଡାଉନ୍ ସମୟରେ ଆମର ସବୁ କାମଧନ୍ଦା ବନ୍ଦ ହୋଇଗଲା । ଦୀର୍ଘଦିନ ଧରି ଏଭଳି ଦୁର୍ଦ୍ଦିନ ସମୟରେ ପରିବାର ଚଳାଇବା ବହୁତ କଷ୍ଟ ହେଉଥିଲା । ଗରିବ ଶ୍ରେଣୀର ଲୋକଙ୍କ ଏଭଳି ଦୁର୍ଦ୍ଦଶା ଓ ବିକଳ ପ୍ରତି ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହା ହୋଇ ଆମପାଇଁ ବରଦାନ ସଦୃଶ ହୋଇଛନ୍ତି।

ଲକ୍ ଡାଉନ୍ ଭଳି ଦୁର୍ଦ୍ଦିନ ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ଆମ ଗରିବ ମାନଙ୍କୁ ଏତେ ସବୁ ସାହାଯ୍ୟ ଓ ସହାୟତା ଦେଇଥିବା ଯୋଗୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଠାରେ ଚୀର କୃତଜ୍ଞ ଏବଂ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ ବୋଲି ଦୁଇ ଜଣ ହିତାଧିକାରୀ ଶିପନୀୟା ଶବର ଓ ସୁଧୀର ଶବର  କହିଛନ୍ତି ।

http://www.youtube.com/watch?v=GPaupTC7pKk   

ମନରେଗା ଯୋଜନାରେ ମାର୍କଡା ଗ୍ରାମର ହିତାଧିକାରୀ ମାନେ  ଗ୍ରାମ ଉପକଣ୍ଠରେ ଥିବା ଏକ ଖାଲୁଆ ଥିବା ଜାଗାରେ ବନ୍ଧ(ପୋଖରୀ) ଖୋଳୁଛନ୍ତି । ସେହି ବନ୍ଧ(ପୋଖରୀ) ପାଣି ଦ୍ୱାରା ଗ୍ରାମର ରହିଥିବା ଶତାଧିକ ଏକର ଚାଷ ଜମିକୁ ଆବଶ୍ୟକ ସ୍ଥଳେ ଜଳସେଚନର ଉପଯୋଗ କରିପାରିବେ ।  

୧୮ ଜଣ ମହିଳା ଓ ପୁରୁଷ ଏହି ମନରେଗା କାର୍ଯ୍ୟରେ ନିୟୋଜିତ ହୋଇ ଥିବାବେଳେ ସମସ୍ତେ ମୁଁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦେଇ  କାମ କରୁଛନ୍ତି |

Leave A Reply

Your email address will not be published.