ସୁବାସ ଚୌହାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

“ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନ ପାଇଁ ଏକ ବଡ କ୍ଷତି”

ଭୁବନେଶ୍ୱର(ଶାସକ ପ୍ରଶାସକ)  ଅକାଳରେ ପରଲୋକ ଗମନ କରିଥିବା ପ୍ରବୀଣ ଜନନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ  ସ୍ବର୍ଗତ ସୁବାସ ଚୌହାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ର ପ୍ରେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସୁବାସ ଚୋୖହାନଙ୍କ ଵିୟୋଗକୁ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନ ପାଇଁ ଏକ ବଡ କ୍ଷତି ବୋଲି କହିବା ସହ  ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ” ଶ୍ରୀଯୁକ୍ତ ସୁବାଷ ଚୌହ୍ୱାନଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସୁବାଷ ଭାଇଙ୍କ ସହ ଦୀର୍ଘ ବର୍ଷ ଧରି କାମ କରିବାର ଅନେକ ସ୍ମୃତି ମୋ ପାଖରେ ଅଛି । ତାଙ୍କର ଅକାଳ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।”

Leave A Reply

Your email address will not be published.