ମୟୂରଭଞ୍ଜ ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ 

0

24-04-18-Pustak-Mela-News-P.jpg - 55.97 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମୟୂରଭଞ୍ଜ ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ ପାଳନ ଅବସରରେ ବହି ପରି ବନ୍ଧୁ ନାହିଁ ଶୀର୍ଷକ ଏକ ଆଲୋଚନା ଚକ୍ର କମିଟିର ସମ୍ପାଦକ ମନୋଜ ଦଳ ବେହେରାଙ୍କ ଆବାହାକତ୍ୱ ଓ ଉପସଭାପତି ଅଜିତ କୁମାର କବାଟଙ୍କ ପୌରହିତ୍ୟରେ ଫରେଷ୍ଟ କଲୋନୀସ୍ଥିତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା । ଆଲୋଚନା ଚକ୍ରରେ ସଭାପତି ପଦ୍ମନାଭ ସାହୁ, କୋଷାଧ୍ୟକ୍ଷ କୈବଲ୍ୟ ମହାପାତ୍ର, ଯୁଗ୍ମ-ସମ୍ପାଦକ ମଳୟ କୁମାର ଗିରି, ମୟୂରଭଞ୍ଜ ସାହିତ୍ୟ ପରିଷଦର କୋଷାଧ୍ୟକ୍ଷ ସମରେନ୍ଦ୍ର କୁମାର ବସା, କବୟତ୍ରୀ ବାସନ୍ତୀ ଲତା ମହାପାତ୍ର, କବି ନରସିଂହ ବାରିକ, ଦୀପକ କୁମାର ରାମ, ଶିବଲାଲ ମହାନ୍ତ, ଦୀପା ଭଞ୍ଜ, ସୁମତୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁସ୍ତକ ପଠନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.