ବାରିପଦା ସହରକୁ ନିଶାମୁକ୍ତ ସହରରେ ପରିଣତ କରାଇବା ନିମନ୍ତେ ଏସପିଙ୍କ ସହିତ ଆଲୋଚନା

0

 24-04-18-SP-Awinash-kumar.jpg - 74.79 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ବ୍ୟବସାୟ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁବ ସମାଜ ସହିତ ଛାତ୍ରମାନେ ଏହି ମାରାତ୍ମକ ନିଶା ପ୍ରତି ଆକୃଷ୍ଟ ହେଉଥିବାର ପରିଲକ୍ଷିତ ହୋଇଛି । ଫଳରେ ସମାଜରେ ବିଭିନ୍ନ ପ୍ରକାରର ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନିଶା ବ୍ୟବସାୟୀମାନଙ୍କର ଟାର୍ଗେଟରେ ଯୁବ ସମାଜ ରହିଥିବାରୁ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତାଦଳ । ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ଏହି ମାରାତ୍ମକ ନିଶା ସାମ୍ରାଜ୍ୟର ସମ୍ରାଟକୁ ଧରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ବେଳେ କେତେକ ସୈନିକକୁ ଧରିବାରେ ସଫଳ ହୋଇଛି । କିନ୍ତୁ ଏମାନଙ୍କ ନିକଟରୁ ସମ୍ରାଟଙ୍କ ନାମ ଆଦାୟ କରିବା ଦୂରର କଥା ସେମାନଙ୍କ ପାଟିରୁ ସାମ୍ରାଜ୍ୟ ସମ୍ପର୍କରେ କୌଣସି ଶବ୍ଦ ବାହାର କରିବାରେ ଅସଫଳ ହୋଇଛି । ତେଣୁ, ବାରିପଦା ସହରରେ ତକତପୁର, ଅସ୍ତିଆ, ବାବୁସାହି, ଲକ୍ଷ୍ମୀପୋଷି, କନଭେଣ୍ଟ ଅଞ୍ଚଳ, ମଧୁବନ, ଶୁନଗଡ଼ିଆ, ମୁର୍ଗାବାଡ଼ି ଆଦି ବିଭିନ୍ନ ୱାଡର଼୍ମାନଙ୍କରେ ଅବାଧରେ ଚାଲିଥିବା ଏହି ମାରାତ୍ମକ ବ୍ରାଉନସୁଗାର ବ୍ୟବସାୟକୁ ବନ୍ଦ କରାବା ସହିତ ବାରିପଦା ପୌରପରିଷଦକୁ ନିଶାମୁକ୍ତ ସହରରେ ପରିଣତ କରାଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ବିରଞ୍ଚି ମହାପାତ୍ର, ଦେବାଶିଷ ପାତ୍ର, ଅନିରୁଦ୍ଧ ଭଞ୍ଜଦେଓ, ଅଭୟ ସିଂ, ସମ୍ବିତ ବସା, ଆଭାସ ଦେ, ଶଙ୍କର୍ଷଣ ପଣ୍ଡା, ଦୁର୍ଯେ୍ୟାଧନ ବେହେରା, ତୁଷାର ନାୟକ, ପ୍ରଦୀପ ଦାସ, ପ୍ରଶାନ୍ତ ମହାକୁଡ଼, ଦିବ୍ୟବ୍ରତ ମହାନ୍ତି, ରାଜେନ୍ଦ୍ର ବାରିକ, ଏସ ଏନ ତ୍ରିପାଠୀ, ଦେବବ୍ରତ ସେନାପତି, ଦେବବ୍ରତ ଦେ, ଅଭିରାମ ଦାସ, ବିନୋଦ ଭଗତ, ଅଭିଶେକ ଦାସ, ସୌମ୍ୟ ରଞ୍ଜନ ମୁଦୁଲୀ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ମୟୂରଭଞ୍ଜ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାର ନିର୍ଭର ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଥିଲେ ।

 

Leave A Reply

Your email address will not be published.