ଧର୍ମଶାଳା /ଶାସକ ପ୍ରଶାସକ : ମୁଖ୍ୟମନ୍ତ୍ରୀଙ୍କ ରକ୍ତ ଅଭାବରେ ଯେପରି କୌଣସି ବ୍ୟକ୍ତି ହଇରାଣ ନହେବେ ଏହି ଆଦେଶକୁ ପାଳନ କରି ଧର୍ମଶାଳାର ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ, ଧର୍ମଶାଳା ତରଫରୁ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ | ସ୍ଥାନୀୟ କଳ୍ପତରୁ ଦାସ ମିନି ଷ୍ଟାଡ଼ିୟମ ଠାରେ ଦୀର୍ଘ ୬ ଦିନ ଧରି ଏହି କରୋନା ମହାମାରୀ ବିପଦ ସମୟରେ ସରକାରଙ୍କ ସମସ୍ତ ନିୟମ ପାଳନ କରି ସଫଳତାର ସହ ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୧୩୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ନିଜେ ବିଧାୟକ ପ୍ରଣବ ବଳବନ୍ତରାୟ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ | ଏହି ରକ୍ତଦାନ ଶିବିର ଛାତ୍ର ସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳ ନେତୃତ୍ୱରେ ଛାତ୍ର ବିଜେଡିର ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଯୁବ ବିଜେଡି ରାଜ୍ୟ ସମ୍ପାଦକ ତାରିଣୀ ପ୍ରସାଦ ନାୟକଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହା ଆଗକୁ ମଧ୍ୟ ଜାରିରହିବ ବୋଲି ଛାତ୍ର ବିଜେଡି ତରଫରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.