ଆସ୍କାରୁ ଫେରିଲେ ୩୦ ଶ୍ରମିକ : ସହାୟତାର ହାତ ବଢାଇଲେ ବିଧାୟକ

0

ପାଟଣାଗଡ/ବିମଳ କୁମାର ବାଗ :  ଲକଡାଉନ ଯୋଗୁଁ ଆସ୍କାରେ ଫସି ରହିଥିବା ପାଟଣାଗଡ ଅଞ୍ଚଳର ୩୦ ଶ୍ରମିକ ଆଜି ସକାଳୁ ଏକ ବସରେ ପାଟଣାଗଡ ବ୍ରହ୍ମପୁରା ଠାରେ ପହଞ୍ଚିଥିଲେ। ଶ୍ରମିକମାନେ ଆସ୍କାରେ ଥିବା ଏକ ଇଟା ଭାଟିରେ କାମ କରୁଥିଲେ ବୋଲି ଜଣାପଡିଛି। ବସଟି ଶ୍ରମିକଙ୍କୁ ଓହ୍ଲାଇ ବସଟି ପଦ୍ମପୁର ରାସ୍ତାରେ ଯାଇଥିବା ସୂଚନା ମିଲିଥିଲା। ଶ୍ରମିକ ମାନେ ଦୁଇ ଘଣ୍ଟା ଧରି ସ୍ଥାନୀୟ ଛକରେ ବୁଲା ବୁଲି କରୁଥିଲେ। ଚାଲି ଚାଲି ବ୍ରହ୍ମପୁରା ବସଷ୍ଟପ ଯାଏ ଯାଇଥିଲେ। ସେମାନେ ବେଳପଡା ବ୍ଳକ ଓ ଖପ୍ରାଖୋଲ ବ୍ଳକ ଅଞ୍ଚଳର ଗୋଡଭଗା, ଦର୍ଲିପାଲି, ଓଡିଆପାଲି ଓ ଗମ୍ଭାରୀ ଗ୍ରାମର ବୋଲି ସୁଚନା ମିଲିଥିଲା। ଯାତାୟାତର କୌଣସି ବ୍ଯବସ୍ଥା ନଥିବାରୁ ସେ ବସ ଷ୍ଟପରେ ଅଟକି ରହିଥିଲେ। ଖବର ପାଇ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ସେଠାରେ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଫୋନ ମାଧ୍ୟମରେ ଡାକିଥିଲେ। ବିଧାୟକ ଓ ଉପଜିଲ୍ଲାପାଳ କିଛି ସମୟ ଆଲୋଚନା କରିଥିଲେ। ତାପରେ  ବିଧାୟକ ନିଜ ଖର୍ଚ୍ଚରେ ସେଠାରେ ଶ୍ରମିକମାନଙ୍କୁ ଖାଇବା ବ୍ଯବସ୍ଥା କରି ତାପରେ ଗାଡି କରି ନିଜ ନିଜ ଗାଁକୁ ଶ୍ରମିକଙ୍କୁ ପଠାଇଥିବା ଜଣାପଡିଛି।

 

Leave A Reply

Your email address will not be published.