କାଳ ବୈଶାଖୀ ରଚିଲା ତାଣ୍ଡବ ଲୀଳା :ଭାଙ୍ଗିଲା ଘରଦ୍ୱାର, ଅନେକ ବାସହରା 

0

 ଉପୁଡିଲା ବିଦ୍ୟୁତ ଖୁଣ୍ଟ ବିଦ୍ୟୁତ ସରବରାହ ପ୍ରଭାବିତ 

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) ବୌଦ୍ଧ ଜିଲ୍ଲାରେ ତାଣ୍ଡବ ରଚିଲା କାଳ ବୈଶାଖୀ। ଗତ ରାତିରୁ କାଳ ବୈଶାଖୀ ଯୋଗୁଁ  ଜିଲ୍ଲାରେ 60 ରୁ 70 କିମି ବେଗରେ ପବନ ପ୍ରବାହିତ ହୋଇଥିବା ରେକର୍ଡ କରାଯାଇଛି। ତୁହାକୁ ତୁହା ବର୍ଷାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳ ରେ ଅନେକ ଘରଦ୍ୱାର ଭାଙ୍ଗି ଚୁରମାର ହୋଇଥିବା ଦେଖିବାକୁ ମିଳିଛି। କାହାର ଘର ଛାତ ଉଜୁଡି ଯାଇଛି ତ କାହାର କାନ୍ଥ ଭାଙ୍ଗି ପଡିଛି। କିଛି ଲୋକଙ୍କ ଘର ଉପରେ ଗଛ ପଡି ଘର ଭାଙ୍ଗି ଯାଇଛି। କାଳ ବୈଶାଖୀର ପ୍ରଭାବରେ ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବା ଯୋଗୁଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। କ୍ଷତିଗ୍ରସ୍ତ ଲୋକେ ରାତି ତମାମ ବର୍ଷାରେ ଭିଜି ଭିଜି ରାତି କାଟି ଥିବା ଅଭିଯୋଗ ହୋଇଛି। ଏମିତି ପରିସ୍ଥିତିରେ ପ୍ରଶାସନ କ୍ଷୟକ୍ଷତିର ଆକଳନ କରି  କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି।

Leave A Reply

Your email address will not be published.