ନିୟମ ମାନୁନଥିବା ଦୋକାନୀଙ୍କୁ ଚେତାବନୀ, ନିୟମ ପାଳନ ନ କଲେ ଦୋକାନ ହେବ ସିଲ

0

ବରଗଡ/ ଶାସକ ପ୍ରଶାସକ :- ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ତାଙ୍କ ନିୟମିତ କାର୍ଯ୍ୟକ୍ରମ ଅନ୍ତର୍ଗତ ପାଇକମାଲ ପହଂଚିବା ସମୟରେ ପାଇକମାଲ ମୁଖ୍ୟ ଛକ ଠାରେ ଥିବା କିଛି ଦୋକାନରେ କୋବିଡ଼ 19 ସମ୍ପର୍କରେ ସରକାର ଜାରି କରିଥିବା ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ପାଇଁ ବିରକ୍ତି ପ୍ରକାଶ କରିଥିଲେ । ଏହା ସହିତ ନିଜେ ଚାଲି ଚାଲି ଦୋକାନ ଦୋକାନ ବୁଲି ସମସ୍ତ ଦୋକାନୀ ମାନଙ୍କୁ ସରକାର ଙ୍କର ନିୟମକୁ ମାନି ଦୋକାନ ଖୋଲିବାକୁ କହିଥିବା ସହିତ କିଛି ଦୋକାନରେ ଅତ୍ୟଧିକ ଭିଡ଼ ଦେଖିବାକୁ ପାଇଥିଲେ । ନିଜର ଲାଭ ପାଇଁ ଅନ୍ୟର ଜୀବନକୁ ବିପଦ ଆଡକୁ ଟାଣି ନେଉଥିବା କିଛି ଦୋକାନୀଙ୍କୁ ଉପଜିଲ୍ଲାପାଳ ଚେତାବନୀ ଦେଇ କହିଥିଲେ ଯେ ଯଦି ସେମାନେ ନିୟମ ପାଳନ ନ କରନ୍ତି ତେବେ ତାଙ୍କର ଦୋକାନକୁ ସିଲ କରିଦିଆଜିବ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରାୟ ସବୁ ଜାଗାରେ ଲକଡାଉନ କଟକଣା କୋହଳ ହେବା ପରଠାରୁ ବଜାର ଗୁଡିକରେ ଅତ୍ୟଧିକ ପରିମାଣ ରେ ଭିଡ଼ ପରିଲକ୍ଷିତ ହେଉଛି । ପ୍ରଶାସନିକ ଅଧିକାରୀ ଓ ପୋଲିସ ମାନେ ବାରମ୍ବାର କହିଲେ ସୁଦ୍ଧା ତାଙ୍କ କଥାକୁ କୋଣସି ବ୍ୟକ୍ତି ବୃକ୍ଷେପ କରୁଥିବା ପରି ମନେ ହେଉନାହିଁ । 

   ଏପଟେ ପାଇକମାଲ ବଣିକ ସଙ୍ଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର  ଉପଜିଲ୍ଲାପାଳଙ୍କର ଚେତାବନୀ ପରେ ତାଙ୍କର ମତାମତ ଦେଇ କହିଛନ୍ତି ଯେ ଦୋକାନ ଭିତରେ କିମ୍ବା ବାହାରେ ସାମାଜିକ ଦୂରତା ଓ ସରକାରଙ୍କର ଦ୍ୱାରା ଜାରି କରାଯାଇଥିବା ଅନ୍ୟାନ୍ୟ ନିୟମକୁ ଯେଉଁମାନେ ଉଲ୍ଲଂଘନ କରିବେ ସେମାନେ ପରବର୍ତ୍ତୀ କାର୍ଯନୁଷ୍ଠାନ ପାଇଁ କେବଳ ନିଜେ ଦାୟୀ  ରହିବେ । ସଙ୍ଘ ତାଙ୍କ ଉପରେ ହୋଇଥିବା କୋଣସି କାର୍ଯନୁଷ୍ଠାନ ବିରୋଧରେ ହସ୍ତକ୍ଷେପ କରିବ ନାହିଁ ।

 

Leave A Reply

Your email address will not be published.