କ୍ୱାରେଣ୍ଟାଇନ ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ ସୁଦାମ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜସ୍ୱ ଓ  ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରିପଦା ଗସ୍ତରେ ଆଦି ପ୍ରୟାସ ଭବନ ପରିସରରେ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନରେ ଯାଇ ସେଠାରେ ରାଜସ୍ଥାନ ରାଜ୍ୟ କୋଟାରୁ ଫେରି ସଙ୍ଗରୋଧରେ ରହିଥିବା ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ସହିତ ସେଣ୍ଟର ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନଙ୍କ ସହିତ ସମସ୍ତ ବ୍ୟବସ୍ଥା, ସୁବିଧା ଅସୁବିଧା ଆଦିକୁ ନେଇ ଆଲୋଚନା କରିବା ସହ ସ୍ଥିତିକୁ ସମୀକ୍ଷା କରିଥିଲେ । ସେହିପରି ବାରିପଦାରେ ଥିବା ଅନ୍ୟ ଦୁଇଲି ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ଥିତାବସ୍ଥାକୁ ଅନୁଧ୍ୟାନ କରିଥିଲେ । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଅଧିକାରୀ, ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ, ପୌରପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ଓ ବିଭିନ୍ନ ଲାଇନ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ ।  

Leave A Reply

Your email address will not be published.