ଆମାନିଆଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ଓ ଏନଏସି ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ

0

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ଗଞ୍ଜାମ ଜିଲ୍ଲା ରାଜ୍ୟରେ ଅରେଞ୍ଜ ଜୋନରେ ଥିବା ବେଳେ ଲକ ଡାଉନ ଆଇନକୁ ମାନୁନଥିବା କେତେକ ବ୍ୟବସାୟୀ ଓ ଆମାନିଆ ବ୍ୟକ୍ତିଙ୍କ ଉପରେ ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ମିଳିତ ଭାବେ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବା ଜଣା ପଡ଼ିଛି। ଆଇନ ଅନୁଯାୟୀ ଯେଉଁ ବ୍ୟବସାୟୀମାନେ ଏନଏସିରେ ରେଜିଷ୍ଟ୍ରେସନ କରି ନାହାଁନ୍ତି ସେହି ଦୋକାନ ଉପରେ ଚଢ଼ାଉ କରି ଜରିମାନା ଆଦାୟ କରାଯାଇଛି। ସେହିପରି ଯେଉଁମାନେ ମାସ୍କ ବ୍ୟବହାର ନକରି  ବାହାରକୁ ବିଭିନ୍ନ କାର୍ଯ୍ୟରେ ଆସିଥିଲେ ସେମାନଙ୍କୁ ତାଗିଦ କରିଥିବା ବେଳେ ବିନା କାରଣରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କୁ ପୋଲିସ ସାବାଡ଼ କରିଥିବା ଜଣାପଡିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଦେଖି ଆମାନିଆମାନେ କିଏ କେଉଁ ଗଳି କନ୍ଦିରେ ପଶି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏଣିକି ପ୍ରତିଦିନ ଆଇନ ଶୃଙ୍ଖଳା ନିୟମ ମାନୁନଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.