ପଦ୍ମପୁର- କରୋନା ଭଳି ଏକ ମାରାତ୍ମକ ବ୍ୟାଧି କଳାବାଦଲ ଭଳି ମାଡିଆସିଛି ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ତଥା କୋଟି କୋଟି ଜନତା ଙ୍କୁ ଏଭଳି ବ୍ୟାଧି ରୁ ବଂଚିବା ସକାଶେ ସାରା ଦେଶକୁ ଲକଡାଉନ କରି ପୃଥିବୀ ରେ ଶ୍ରେଷ୍ଠ ପ୍ରଧାନ ମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିବାରୁ ସେ ହେଉଛନ୍ତି ଆମ ଦେଶ ର ଗର୍ବ ଓ ଗୌରବା ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ର ମହୁଲପାଲି ଗ୍ରାମର ସମସ୍ତ ଜନତା ଙ୍କ ନିମନ୍ତ୍ରଣ କ୍ରମେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଆସି ଗ୍ରାମର ଉପସ୍ଥିତ ଜନତା ଙ୍କୁ କରୋନା ଭାଇରସ ସମ୍ପର୍କ ରେ ଜନ ସଚେତନତା ସୃଷ୍ଟି ପରିପେକ୍ଷୀ ରେ ଗାଁ ର ଲୋକେ ସମୁଦାୟ ୧୦ ହଜାର ୫ଶହ ୫୦ଟଙ୍କା ମାତ୍ର ସ୍ୱ ଇଚ୍ଛାରେ ସଂଗୃହିତ କରି ପୂର୍ବତନ ବିଧାୟକ ପୁରୋହିତ ଙ୍କ ଉପସ୍ଥିତି ରେ ଲଖମରା ମଣ୍ଡଳ ସଭାପତି ଭିଷ୍ମଦେବ ସାହୁ ଙ୍କ ହସ୍ତ କୁ ସମସ୍ତ ରାଶି ପ୍ରଦାନ କରିଥିଲେ । ଆସନ୍ତା କାଲି ସାହୁ ବ୍ୟାଙ୍କ ଡ୍ରାଫ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି କୁ ପଠାଇବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ଉକ୍ତ ଗ୍ରାମର କେତେକ ମହିଳା ମୁଠାଏ ମୁଠାଏ ଚାଉଳ ସଂଗ୍ରହ କରି ସତସଙ୍ଗ କରିଥାନ୍ତି । ସେଇ ମୁଠାଏ ମୁଠାଏ ଚାଉଳ କୁ ବିକ୍ରି କରି ୧୦୦୦ ଟଙ୍କା ଧନରାଶି ମଧ୍ୟ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି କୁ ପ୍ରଦାନ କରିଛନ୍ତି । ତାହା ଖୁବ ସୁନ୍ଦର ପ୍ରୟାସ କହିଲେ ଅତ୍ୟୁକ୍ତି ହେବନାହିଁ । ସେମାନେ ଆମ ଅଞ୍ଚଳ ପାଇଁ ଉଦାହରଣ ହୋଇ ରହିବୋ ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚା ସଭାପତି ପ୍ରିତେଶ ବହିଦାର,ପ୍ରମୋଦ ମେହେର ,ପଦ୍ମପୁର ସମାଜସେବୀ ଅଶୋକ ମିଶ୍ର ,ରାଜେନ୍ଦ୍ର ସେଠ ଓ ଡୋଲାମଣି ପ୍ରଧାନ ଉପସ୍ଥିତ ଥିଲେ । ପରେ ନିକଟସ୍ଥ ସୋଢ଼ା ଗ୍ରାମବାସୀ ବୃନ୍ଦ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଙ୍କୁ ଗ୍ରାମକୁ ଡାକି ସ୍ୱାଗତ କରିଥିଲେ । ଟିମର ସଦସ୍ୟ ଗଣ ଜନସାଧାରଣ ଙ୍କୁ ମାଗଣାରେ ମାକ୍ସ ବଣ୍ଟନ କରିଥିଲେ ଏବଂ ନିତେ ତଥା ନିଜ ଗାଁ ପ୍ରତି ସ୍ନେହ ମମତା ରେ ସୁରକ୍ଷା ଦେବା ପାଇଁ ଶପଥ କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.