ପଦ୍ମପୁର(ଶାସକ ପ୍ରଶାସକ ) : କୋବିଡ – ୧୯ ସଂକ୍ରାନ୍ତୀୟ ତଦାରଖ ପାଇଁ ବରଗଡ଼ ଜିଲ୍ଲା ନିମନ୍ତେ ସରକାରଙ୍କ ତରଫରୁ ନିଯୁକ୍ତି ପ୍ରାପ୍ତ ନୋଡାଲ ଅଫିସର ସୁନୀଲ କୁମାର ଲୋହାନି ଆଜି ପଦ୍ମପୁର ଗ୍ରସ୍ତରେ ଆସି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିର ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଛନ୍ତି । ପଦ୍ମପୁର ସହରାଞ୍ଚଳ ମଧ୍ୟରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଚିକିତ୍ସା ଶିବିର ରାଜୀବ ଟାଉନ ହଲ୍ ପରିଦର୍ଶନ କରିବା ସହିତ ଅନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ । ଏହାପରେ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ କନସିଂହା,ବରିହାପାଲି, ଟାଲ ଗ୍ରାମ ପଞ୍ଚାୟତର ପ୍ରସ୍ତୁତ କରା ଯାଇଥିବା ଅସ୍ଥାୟୀ ଚିକିତ୍ସା ଶିବିର ବୁଲି ଦେଖିବାର ସହିତ ବ୍ଯବସ୍ଥା ଉପରେ ପଚାରି ବୁଝି ଥିଲେ । ତାଙ୍କର ଏହି ଗ୍ରସ୍ତ ସମୟରେ ବରଗଡ଼ ଜିଲ୍ଲାପାଳ ଜ୍ଯୋତି ରଞ୍ଜନ ପ୍ରଧାନ, ରାଜ ବୋଡାସମ୍ବର ବିଡିଓ ଶକର୍ଷଣ ବେହେରା, ସହକାରୀ ଯନ୍ତ୍ରୀ ଟିକେଚାନ କାଲୋ,ଏ ବିଡିଓ ସୋନୁ ବାଗ,ପଦ୍ମପୁର ବିୱାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ, ପଦ୍ମପୁର ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁ ପ୍ରସାଦ ହରିପାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଜନୀକାନ୍ତ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.