ତାଲାବନ୍ଦ ବଢାଇଲା ଶ୍ରମିକଙ୍କ ଦୁଃଖ

0 2

ପାଟଣାଗଡ/ବିମଳ କୁମାର ବାଗ : କରୋନା ମୁକାବିଲା କରିବା ପାଇଁ ତୃତୀୟ ପର୍ଯ୍ୟାୟରେ ସାରା ଦେଶ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯାଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଛି। କମ୍ପାନୀ ଏବଂ ଛୋଟ ଛୋଟ ଶିଳ୍ପ ସଂସ୍ଥା ହଠାତ୍ ବନ୍ଦ ହୋଇଥିବାରୁ ଶ୍ରମିକମାନେ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରେଳ ଓ ବସ୍ ସେବା ବନ୍ଦ ରହିଥିବାରୁ ବଲାଙ୍ଗୀରରୁ ୧୩ ଜଣ ଶ୍ରମିକ ଚାଲି ଚିଲି ଛତିଶଗଡ ରାଜ୍ୟର ରାଜନନ୍ଦଗାଁଓ ଅଭିମୁଖେ ବାହାରିଥିବା ବେଳେ ରବିବାର ପାଟଣାଗଡରେ ପହଞ୍ଚିଥିଲେ। ସୂଚନାରୁ ପ୍ରକାଶଯେ ଛତିଶଗଡ ରାଜ୍ୟର ରାୟପୁର ନିକଟବର୍ତ୍ତୀ ରାଜନନ୍ଦଗାଁଓର ୧୩ ଜଣ ଶ୍ରମିକ ୩ ମାସରୁ ଉର୍ଦ୍ଧ ହେବ ବଲାଙ୍ଗୀରର ସାଲେପାଲି ଠାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ରବିବାର ଦିନ ସେମାନେ ତାଙ୍କ ନିଜ ଗାଁ ଅଭିମୁଖେ ଚାଲି ଚାଲି ବାହାରିଥିବା ଜଣାଯାଇଛି। ରବିବାର ପୁର୍ବାହ୍ନ ୧୧ ଟାରେ ସେମାନେ ଭଇଁଷା-ସରମୁହାଣ ମଝିରେ ଥିଲେ। ଏ ସମ୍ପର୍କରେ ଗଣମାଧ୍ୟମ ଠାରୁ ସୂଚନା ପାଇ ଭଇଁଷା ୱାଡ ମେମ୍ବର ଶରତ ଚନ୍ଦ୍ର ହୋତା, ସମାଜସେବୀ ଖଗେଶ୍ବର ନାଏକ ଶ୍ରମିକମାନଙ୍କ ପାଇଁ ପାନୀୟ ଜଳ, ବିସ୍କୁଟ ଓ କଦଲୀ ଆଦି ଶୁଖିଲା ଖାଦ୍ୟ ପହଞ୍ଚାଇଥିଲେ। ପରେ ପାଟଣାଗଡର ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ଯ ଯୋଗାଇ ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ , ସୋମବର ଦିନ ସେମାନେ ପାଟଣାଗଡ ରୁ ପଦ୍ମପୁର ରାସ୍ତା ରେ ଥିବା ଜୁରିଆ ଗ୍ରାମ ପାଖରେ ପହଞ୍ଚିଥିବା ଖବର ମିଲିଛି।

Leave A Reply

Your email address will not be published.