ଗର୍ଭବତୀ ମହିଳା ଙ୍କ ସହ 4 ଜଣ ପ୍ରବାସୀ ଓଡ଼ିଆ ଫେରିଲେ

0 2

ହାଟଡିହି,/ ମକରଧ୍ୱଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଗେଡ଼ମା ପଞ୍ଚାୟତ ର  5 ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି.ଏମାନେ ସୁରଟ ରୁ ଭଦ୍ରକ ଆସୁଥିବା ବସ ରେ ଗତ ଶନିବାର ଆସିଥିଲେ. ରବିବାର ବ୍ଲକ ପ୍ରଶାସନ ଏମାନଙ୍କୁ ଭଦ୍ରକ ରୁ ହାଟଡିହି ଆଣିଥିଲେ. ପରେ ସମସ୍ତ ଙ୍କୁ ପଞ୍ଚାୟତ କ୍ଵାରାଣ୍ଟାଇନ କେନ୍ଦ୍ର ରେ ରଖାଯାଇଛି. ସେମାନଙ୍କ ମଧ୍ୟରେ ଜଣେ 9 ମାସ ର  ଗର୍ଭବତୀ ମହିଳା ଥିବାରୁ ପଞ୍ଚାୟତ ର ଏକ ଅଲଗା ଗୃହ ରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ରଖାଯାଇଛି. ଗର୍ଭବତୀ ମହିଳା ଙ୍କୁ ଚିକିତ୍ସା କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ କୁ ପଞ୍ଚାୟତ ତରଫରୁ ସୂଚନା ଦିଆଯାଇଥିବା ପିଇଓ ଅମୂଲ୍ୟ ପହି କହିଛନ୍ତି. ସମସ୍ତଙ୍କ ପାଇଁ ପଞ୍ଚାୟତ ତରଫରୁ ଖାଇବାକୁ ଦେବା ସହ ସରକାରୀ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ପିଇଓ ଅମୁଲ୍ୟ ପହି ଓ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି କହିଛନ୍ତି ।

 

Leave A Reply

Your email address will not be published.