୧୪୬ ପ୍ରାଥମିକ ଶିକ୍ଷକ, ୬୦ଜଣ ମାଧ୍ୟମିକ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ 

0 2

ନୂଆପଡା/ ଅମିତ ପୁରୋହିତ :   କୋରୋନା ମୁକାବିଲା ପାଇଁ ସାରା ଦେଶ ତତ୍ପରତାର ସହ  ଲଢେଇ କରୁଥିଲାବେଳେ ଖିଲାପି କର୍ମଚାରୀ ଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ପୋଷଣ କରାଯାଇଛି । ଏହି କ୍ରମରେ ରାଜ୍ୟସରକାର ଙ୍କ ନିଦେ୍ର୍ଧଶକ୍ରମେ ନୂଆପଡା ଜିଲାପାଳ ଙ୍କ ପରିପତ୍ର ସଂଖ୍ୟା ୮୪୮ ଦିନାଙ୍କ ୨୬/୪/୨୦୨୦ ଅନୁଯାୟି ନୂଆପଡାରେ ତାଲାବନ୍ଦ ପୂର୍ବରୁ ଯେଉଁ ପ୍ରାଥମିକ ଓ ମାଧ୍ଧମିକ ଶିକ୍ଷକ କର୍ମଚାରୀ ଅନଧିକୃତ ଛୁଟିରେ ଅଛନ୍ତି ଅବା ବିନା ଅନୁମତିରେ ନିଜନିଜର ମୁଖ୍ୟାଳୟ ଛାଡି ଚାଲିଯାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ପାଇଁ  ନିର୍ଦ୍ଦେଶ  ଜାରିକରାଯାଇଥିଲା । ନୂଆପଡା ଜିଲାଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସୁତ୍ରରୁ ମିଳିଥିବା ତଥ୍ୟ ମୁତାବକ ନୂଆପଡା ଜିଲା ନୂଆପଡା ବ୍ଲକର ୬୬ ପ୍ରାଥମିକ ଶିକ୍ଷକ, କୋମନାବ୍ଲକର ୩୪ ପ୍ରାଥମିକଶିକ୍ଷକ,ଖରିାାରବ୍ଲକର ୨୨, ସିନାପାଲିବ୍ଲକର ୧୨ଓ ବୋଡେନବ୍ଲକର ୧୨ଜଣ ପ୍ରାଥମିକଶିକ୍ଷକ ଓ ୬୦ଜଣ ମାଧ୍ୟମିକ ଶିକ୍ଷକ ଓ କର୍ମଚାରିଙ୍କୁ ଅନୁମତି ବିନା ନିଜନିଜ ମୁଖ୍ୟାଳୟ ଛାଡିଚାଲିଯିବା ଓ ଅନଧିକୃତ ଛୁଟିରେ ରହିବା ପାଇଁ କାରଣଦର୍ଶାଅ ନୋଟିସ ଜାରିକରାଯାଇଛି ।  ଉକ୍ତ ନୋଟିସ ଓସିଏସ(ସିସିଏ)ରୁଲ ୧୯୬୨  ଅନୁଯାୟୀ ଜାରି କରାଯାଇଥିଲା ବେଳେ ୭ଦିନ ମଧ୍ଧରେ କାହିଁକି ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଜିବ ତାର ଉତ୍ତର ରଖିବାକୁ କୁହାଯାଇଛି ଏହାସହ ଅପ୍ରେଲ ମାସର ଦରମା ସ୍ଥଗିତ ରଖିବାକୁ ମଧ୍ୟ  ନିର୍ଦ୍ଦେଶ ଜାରି କରାଯାଇଛି ।

Leave A Reply

Your email address will not be published.