ହାଟଡିହିରେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଗାଁକୁ ସୀଲ କଲା ପ୍ରଶାସନ 

0 2

ହାଟଡିହି/ ମକରଧ୍ବଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଂଚାୟତ ହୀରାପୁର ଗ୍ରାମ ରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକ ମାନେ ଭୟ ଭୀତ ହୋଇ ପଡିଛନ୍ତି. ପ୍ରଶାସନ ତରଫରୁ ଗ୍ରାମକୁ ସିଲ କରାଯାଇଛି. ସ୍ଥାନିୟ ଲୋକ ଙ୍କ କହିବା ଅନୁସାରେ ବ୍ୟକ୍ତି ଜଣକ ଦେଢ଼ ମାସ ତଳେ କଲିକତା ରୁ ଫେରି ହୋମ କ୍ଵାରେଣ୍ଟାଇନ ରେ 14 ଦିନ ରହି ଥିଲେ |  ପରେ ବ୍ୟକ୍ତି ଜଣକ  କ୍ଵାରେଣ୍ଟାଇନ ରୁ ବାହାରି ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଥିଲେ | ନିକଟ ଛକ ବଜାର ରେ ବୁଲା ବୁଲା ବି କରିଥିଲେ. କିନ୍ତୁ ଯେତେବେଳେ କଲିକତା ଫେରନ୍ତା କୁ ନେଇ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଲା ସେତେବେଳେ ହାଟଡିହୀ ଅଞ୍ଚଳରେ ପ୍ରଶାସନ ତରଫରୁ କଲିକତା ଫେରନ୍ତା କୁ ଚି଼ହ୍ନଟ କରା ଯାଇଥିଲା |  ପ୍ରାୟ 7 ଦିନ ପୂର୍ଵରୁ ବ୍ୟକ୍ତି ଜଣକୁ ପ୍ରଶାସନ ନିଜ ହେପାଜତ କୁ  ନେଇଥିଲା |

Leave A Reply

Your email address will not be published.