କରୋନା ମୁକାବିଲା : ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ପ୍ରସ୍ତୁତ କରୁଛନ୍ତି ୪ ଲକ୍ଷ ମାସ୍କ 

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାର ଉଚିତ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ହୋଇଛି।  ଏହି ପରିପ୍ରେକ୍ଷୀରେ ମାସ୍କର ଅଭାବନୀୟ ପରିସ୍ଥିତିକୁ ପୁରଣ କରିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଏସ୍ ଏଚ୍ ଜି ଗ୍ରୁପ ସଦସ୍ୟ ମାନଙ୍କୁ ନେଇ ପ୍ରଥମ ପର୍ଯ୍ୟାୟରେ  ୧୫/୨୦ ଦିନ ମଧ୍ୟରେ ଏକଲକ୍ଷ ମାସ୍କ ତିଆରି  ହେବାକୁ ଥିବା ବେଳେ  ମୋଟ ୪ ଲକ୍ଷ ମାସ୍କ ତିଆରି କରାଯିବାକୁ ଲକ୍ଷଧାର୍ଯ୍ୟ ରହିଛି । 

ଏହି ମାସ୍କ ତିଆରି କାର୍ଯ୍ୟ ପାରଳାଖେମୁଣ୍ଡି ଠାରେ ଥିବା ବିଭିନ୍ନ ଏସଏଚଜି: ଗ୍ରୁପର ୫୦ ଜଣ ସଦସ୍ୟା ପ୍ରତିଦିନ ୨୫୦୦ ରୁ ଅଧିକ ମାସ୍କ ତିଆରି କରୁଛନ୍ତି । ଲକ୍ ଡାଉନ୍ ସମୟରେ  ଏଭଳି ମାସ୍କ ତିଆରି କରିବା ସେବା ର ସୁଯୋଗ ଆମକୁ ମିଳିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେ ଧନ୍ୟବାଦ ଜଣାଉଛୁ ବୋଲି ଏସ୍ ଏଚ୍ ଜି–ଗ୍ରୁପର ଜଣେ ସଦସ୍ୟା ଜେ.ବାଲାମଣି ଆଚାରୀ କହିଛନ୍ତି ।

     ସେହିଭଳି ଗଜପତି ଜିଲ୍ଲାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମାସ୍କର ଅଭାବନୀୟ ପରିସ୍ଥିତିକୁ ପୁରଣ କରିବା ଏବଂ ଆଗାମୀ ଦିନରେ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଫେରନ୍ତାଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇ ଦେବାକୁ ଥିବା ଯୋଗୁଁ ଏହି ମାସ୍କ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ ତିଆରି ବ୍ୟବସ୍ଥା ଚାଲିଛି ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।

 

 

 

 

 

 

Leave A Reply

Your email address will not be published.