ପଦ୍ମପୁର ( ଶାସକ ପ୍ରଶାସକ): ଦେଶ କରୁଛି କରୋନା ମହାମାରୀ ମୁକାବିଲା।ଏହି ମହାମାରୀ ଯୁଦ୍ଧରେ ସାମିଲ ହୋଇ ଯୋଦ୍ଧା ସ୍ବରୂପ କିଏ ଭୋକିଲା ମୁହଁରେ ଦାନା ଦଉଛି ତ କିଏ ସଂକ୍ରମଣ ରୋକିବା ପାଇଁ ନିରିହ ଲୋକମାନଙ୍କୁ ସାବୁନ,ମାସ୍କ ବଣ୍ଟନ କରୁଛି ଆଉକିଏ ସରକାରଙ୍କୁ ଅର୍ଥ ଦାନକରି ଏ ଭୟାବହ ପରିସ୍ଥିତିରେ ସରକାରଙ୍କୁ ସାହାଯ୍ୟ କରୁଥିବାବେଳେ ପଦ୍ମପୁରରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପୂବର୍ତନ ଛାତ୍ର ପରିଷଦ ତରଫରୁ ରକ୍ତ ଦାନ କରାଯାଇଥିଲା। ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାର ରକ୍ତ ଭଣ୍ଡାରେ ରକ୍ତ ଭାବ ଦେଖାଦେଇଥିବା ବେଳେ ରକ୍ତ ଦାନ କରିବା ପାଇଁ ଆଗେଇ ଆସିଥିଲେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର ପୂର୍ବତନ ଛାତ୍ରଛାତ୍ରୀମାନେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପ୍ରଧାନଙ୍କ ଦ୍ବାରା ଉଦ୍ଘାଟିତ ଏବଂ ଗୁରୁଜୀ ଦେବରାଜ ଡନସନା ଏବଂ ଚୈତନ୍ଯ ଭୋଇଙ୍କ ପରିଚାଳନାରେ ସଂଙ୍ଗମ ସାହୁ ,ସତ୍ୟସୁଳଭ ସାହୁ,ମିଳନ ସାହୁ,ଧରଣୀ ବାରିକ,ଅଭିପ୍ରିତ ପଟ୍ଟନାୟକ, ଅମିତ ସତପଥୀ,ଅଙ୍କିତା ପ୍ରିୟଦର୍ଶିନୀ ବାଗ,ମେନକା ଶିର୍ଦାର,ସଂଦିପ ଦୋରା,ଅଙ୍କିତ ରାମଚନ୍ଦାନୀ,ରିତେଶ ରଞ୍ଜନ ମେହେର,ପ୍ରଣବ ମହାପାତ୍ର ଏବଂ ସୁଭମ ପଟ୍ଟନାୟକଙ୍କ ରକ୍ତ ଦାନରେ ୧୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଉକ୍ତ ରକ୍ତ ଦାନ ଶିବିରରେ ପୁରାତନ ଛାତ୍ର ପରିଷଦ ସଭାପତି ପ୍ରିତେଶ ବହିଦାର,ସଂପାଦକ ହିତେଶ ଅଗ୍ରବାଲ,ପୂର୍ବତନ ଛାତ୍ର ନରେଶ କୁମାର ସାହୁ,ରିଙ୍କୁ ପଣ୍ଡା ଏବଂ ଜି.ଶ୍ରୀନିବାସ ପ୍ରମୁଖ ଉପସ୍ଥିତରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଐତିହ୍ୟ ଓ ପରମ୍ପରାକୁ ବଜାୟରଖି “ମାନବ ସେବାହିଁ ମାଧବ ସେବା” ଉକ୍ତିର ଯଥାର୍ଥତା ପ୍ରତିପାଦିନ କରି ରକ୍ତ ଦାନ ପରି ଏକ ମହାନ ଦାନର ଆୟୋଜନ କରିଥିବାରୁ ଏହି ଶିଶୁ ମନ୍ଦିରର ପୂର୍ବତନ ଛାତ୍ରଛାତ୍ରୀ ମାନେ ଲୋକମାନଙ୍କ ପ୍ରିୟ ଭାଜନ ତଥା ପ୍ରଶଂସାର ପାତ୍ର ହୋଇ ପାରିଛନ୍ତ।
Sign in
Sign in
Recover your password.
A password will be e-mailed to you.