ପଦ୍ମପୁର- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଙ୍ଖା ଦିନକୁ ଦିନ ବଢିବାରେ ଲାଗିଛି । ସଚେତନତା ହିଁ କରୋନକୁ ଦମନର ଏକମାତ୍ର ଉପାୟ । ଲୋକମାନେ ସାମାଜିକ ଦୂରତ୍ବ ରଖନ୍ତୁ ଏହା ସହ ମାକ୍ସ ପିନ୍ଧନ୍ତୁ ଓ ହାତକୁ ବାରମ୍ବାର ଧୁଅନ୍ତୁ ବୋଲି ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି।ଉପାନ୍ତ ଅଞ୍ଚଳରେ ଥିବା ଗ୍ରାମ ଗୁଡିକର ଲୋକ କିପରି ଭାବରେ ସଚେତନ ହେବେ ସେ ନେଇ ପଦ୍ମପୁର ପୋଲିସ ପକ୍ଷରୁ ଆଜି ଇଛ୍ଛାପାଲି ଗ୍ରାମରେ ଲୋକଙ୍କୁ କରୋନା ବିଷୟରେ ସଚେତନ କରିବା ସହ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଛି । ଏହି ବଣ୍ଟନରେ ପଦ୍ମପୁର ଥାନାଧିକାରୀ ମାନସ ରଞ୍ଜନ ପ୍ରଧାନ,ଏସଆଇ ସୌମ୍ୟରଞ୍ଜନ ପାତ୍ର,ଏସଆଇ ପ୍ରକାଶ ପାତ୍ର, ଏଏସଆଇ ପବିତ୍ର ମୋହନ ବେହେରା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.