ଫ୍ରେଣ୍ଡ ଫର ଫାଉଣ୍ଡେସନ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା 

0

 ହାଟଡିହି (ମକରଧ୍ବଜ ଜେନା): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଡ଼ିମିରିଆ ଗ୍ରାମରେ ୩୦ତାରିଖ ସନ୍ଧ୍ୟାରେଗ୍ରାମର  ସୁବାସ ପ୍ରଧାନ ଙ୍କ ଘରର ଜାଳେଣି ଗ୍ୟାସରୁ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ଲକଡ଼ାଉନ ପରେ ସୁବାଷ ପ୍ରଧାନ ନିଜ ଝିଅର ବିବାହ ନିମନ୍ତେ କିଣାକିଣି କରିଥିବା ସମସ୍ତ ଆସବାବପତ୍ର, କଂସାବାସନ, ସୁନାଗହଣା ପୋଡ଼ି ଯାଇଥିବାବେଳେ ଏକ ଆଲମିରାରେ ରଖିଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ପୋଡ଼ିଜଳି ପାଉଁଶ ହୋଇଯାଇଛି । ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ପରିସ୍ଥିତି ସୃଷ୍ଟି କରିଛି  । ଏ ଅସମୟରେ ସ୍ବେଚ୍ଛାସେବୀ ସଂଗଠନ ଫ୍ରେଣ୍ଡ ଫର ଫାଉଣ୍ଡେସନ ଖବର ପାଇ ପରିବାର ଯାଇ ଉପସ୍ଥିତ ହେଲୁ ପରିବାରୁ ମୁଖ୍ୟତଃ ଦେବାଶିଷ ଖଣ୍ଡେଇ,କିଶୋର ଚନ୍ଦ୍ର କୁଅର,ଆକାଶ କୁମାର ମୁଖୀ, ଦିବ୍ୟରଞ୍ଜନ ଜେନା,ଜିତେନ୍ଦ୍ର କୁମାର କୁଅର,ଦୀପକ କୁମାର ମୁଖୀ ଚିକୁ ବେହେରା  ଯୋଗଦାନ ଦେଇଛନ୍ତି ପରିବାର ତରଫରୁ ପ୍ରଦାନ କରାଯାଇଥିବା ସାମଗ୍ରୀ ମୁଢ଼ି,ଚୁଡ଼ା,ଚିନି,କଦଳୀ,ବିସ୍କୁଟ ଆଦି ସାମଗ୍ରୀ ପ୍ରଦାନ କରାଯାଇଛି।

Leave A Reply

Your email address will not be published.