ନୄସିଂହନାଥ ପିଠରେ ଲାଗିଲା ପଖାଳ ଭୋଗ On Apr 21, 2018 35 Share ପଦ୍ମପୁର/NILA DEEP : -ବରଗଡ଼ଜିଲ୍ଲା ପଦ୍ମପୁର ସଦରମହକୁମାରୁ ୩୫କି.ମି ଦୂରରେ ଅବସ୍ଥିତ ଶ୍ରୀ ଶ୍ରୀ ନୄସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ନୄସିଂହନାଥ ମନ୍ଦିରରେ ମହାପ୍ରଭୁଙ୍କ ଠାରେ ପ୍ରଚଣ୍ଡ ଗ୍ରୀଷ୍ମ ତାପ ଯୋଗୁଁ ପଖାଳ ଭୋଗ ଲଗା ଯାଇଥିଲା ।ଏହି ପଖାଳ ଭୋଗ ଲଗାଇବା ପରମ୍ପରା ପୂରାତନ କାଳରୁ ଚାଲି ଆସୁଛି । ଏହା ସହିତ ଗ୍ରୀଷ୍ମରେ ମହାପ୍ରଭୁ ତଥା ପାର୍ଶ ଦେବାଦେବୀଙ୍କୁ ସିତଳତା ପ୍ରଦାନ କରିବା ପାଇଁ ପ୍ରତିମୂର୍ତ୍ତିଙ୍କ ମୁଣ୍ଡ ଉପରେ ଓଦା କପଡା ଓ ଚନ୍ଦନ ପ୍ରଲେପ ଦେବା ସହମାଟି କଲସିରେ ପାଣି ଦେବାର ନିଆରା ପରମ୍ପରା ରହିଛି ।ବୈଶାଖର ପ୍ରଚଣ୍ଡ ତାତିରେ ଅକ୍ଷୟତୄତୀୟା ଠାରୁ ଦଶମୀ ଯାଏଁ ସାତ ଦିନ ଧରି ମହାପ୍ରଭୁଙ୍କ ଠାରେ ଲଗା ଯାଉଥିବା ଏହି ପଖାଳ ଭୋଗରେ ଟଭା ପତ୍ର,ଆମ୍ବ,ଦହି ଆଦି ମିଶ୍ରଣ କରି ପ୍ରସାଦ ପ୍ରସ୍ତୁତ କରାଯାଇଥାଏ ।ମନୁଷ୍ୟ ଯେପରି ଗ୍ରୀଷ୍ମର ପ୍ରଭାବରୁ ରକ୍ଷା ପାଇଁ ନିଜର ଖାଦ୍ୟପେୟ ରେ ପରିବର୍ତ୍ତନ କରିଥାଏ ସେପରି ନୄସିଂହନାଥ ମହାପ୍ରଭୁଙ୍କୁ ମଧ୍ୟ ଗ୍ରୀଷ୍ମ ପ୍ରବାହରୁ ଆରାମ ପାଇଁ ବହୁ ପୁରାତନ କାଳରୁ ଏହି ନିଆରା ପରମ୍ପରା ଚାଲିଆସୁଛି ।ଏହି ପରମ୍ପରାର ସାକ୍ଷ ରହିବା ପାଇଁ ତଥା ମହାପ୍ରଭୁଙ୍କ ପଖାଳ ଭୋଗ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ | 35 Share FacebookTwitterGoogle+ReddItWhatsAppPinterestEmail