ରେଢାଖୋଲ ବାସୀଙ୍କୁ ଚିତ୍ରକଳା ମାଧ୍ୟମରେ କରୋନା ସଚେତନତା  

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ଭୀମ ଭୋଇ ଛକରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କରୋନା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।

ଭୀମଭୋଇ ଆର୍ଟ ସୋସାଇଟିର ଚିତ୍ରକର ସୁଧୀର ସ୍ବାଇଁ ଓ ସୁରେଶ ପୋଢ ପ୍ରମୁଖ ଭୀମ ଭୋଇ ଛକରେ ମହାମାରୀ କରୋନାର ଭୟାବହତାକୁ ନେଇ ଜନସାଧାରଣଙ୍କ ସଚେତନତା ପାଇଁ ଏହି ଚିତ୍ର ଆଙ୍କିଛନ୍ତି। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ ଯୋଗଦେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ଏହି ଚିତ୍ରକଳା ପ୍ରଦର୍ଶନ କରାଯାଇଥିବା କହିଛନ୍ତି। ତେବେ ସହରର ଅନ୍ୟ ଛକ ଗୁଡିକରେ ମଧ୍ୟ ଏଭଳି ଚିତ୍ରକଳା ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.