ଗ୍ୟାସ ଟାଙ୍କି ଫାଟି ଜଳି ଗଲା 12 ବଖରା 

0

ହାଟଡିହି(ମକରଧ୍ବଜ ଜେନା):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 12 ବଖରା ଘର ଜଳି ଯାଇଛି. ଖବର ରୁ ଜଣା ଯାଇଛି ଯେ ସୁବାଷ ପ୍ରଧାନ ଙ୍କ ଘର କୁ ଲାଗି ନିଜର ଏକ ଦୋକାନ ଅଛି. ଗ୍ୟାସ ଯୋଗେ ରୋଷଇ ଚାଲୁ ଥିବା ବେଳେ ଦୋକାନ ରେ ରଖିଥିବା ପେଟ୍ରୋଲ ନିଆଁ ସଂସ୍ପର୍ଶ ରେ ଆସି ଅଗ୍ନିକାଣ୍ଡ ଘଟିଥିଲା. ଗ୍ୟାସ ଟାଙ୍କି ଫାଟି ଯିବାରୁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା.  ଅଗ୍ନିକାଣ୍ଡ ରେ ସୁବାଷ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଖଗେଶ୍ୱର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ ଙ୍କ ର 12 ବଖରା ଘର ପୋଡି ଯାଇଛି. ସୁବାଷ ପ୍ରଧାନ ଝିଅ ବାହାଘର ପାଇଁ ରଖି ଥିବା ଘର କରଣା ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ପୋଡି ଯାଇଥିବା ପରିବାର ଲୋକ କହିଛନ୍ତି. ହାଟଡିହି ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା | 

Leave A Reply

Your email address will not be published.