ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର କଚେରୀ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ରକ୍ଷା କରି ଶିବିର ରେ ମୋଟ  ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ହୋଇଥିବା ଆଜିର ଏହି ରକ୍ତ ଦାନ ଶିବିରରେ  ରେଙ୍ଗାଲି ବିଧାୟକ  ନାଉରି ନାଏକ,  ଜିଲ୍ଲା ସଭାପତି ଗିରିଶ ପଟେଲ,  ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ,  ଧନକଉଡା ବ୍ଲକ ଉପାଧ୍ୟାକ୍ଷା  ସୁଷମା ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l  ଏହି ଅବସରରେ ବରିଷ୍ଠ ବିଜେପି କର୍ମୀ ଶିବ କୁମାର ଅଗ୍ରୱାଲ,  କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଜିଲ୍ଲା ଉପସଭାପତି ଫଣି ଭୂଷଣ ମିଶ୍ର, ମଣ୍ଡଳ ସଭାପତି ସରୋଜ ଘଡେଇଙ୍କ ସମେତ ଗିରିଜା ସାହୁ,  ମହିଳା ମୋର୍ଚ୍ଚା ର  କାନ୍ତି ମେହେର, ସୁଜାତା ଗୁରୁ,  ଶିବ ଦିୱାନ, ସଞ୍ଜୟ ଘୋଷ, ସୌମିତ୍ର ଜତୀ, ହରି ପଣ୍ଡା  ରିକି ବେହେରା, ପ୍ରତୀକ ମହାପାତ୍ର, ଗୋପାଲ ଅଗ୍ରୱାଲ, ଓମ ତ୍ରିପାଠୀ, ରୋଶନ ପାଢ଼ୀ, ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.