ବଜ୍ରପାତରେ ଜଳିଗଲା ବିଧବା ବୃଦ୍ଧାଙ୍କ ଘର

0

ହାଟଡିହି/ ମକରଧ୍ୱଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ବଧଗଡିଆ ଗ୍ରାମ ରେ ବଜ୍ରପାତ ରେ ବିଧବା ବୃଦ୍ଧା ଯମୁନା ହୋ ଙ୍କ ର 3 ବଖରା ଘର ପୋଡି ଯାଇଛି. ଅଗ୍ନିକାଣ୍ଡ ରେ ଯମୁନା ଙ୍କ ର 9 ଟି ଛେଳି, 12 ଟି କୁକୁଡ଼ା, ବ୍ୟାଙ୍କ ପାସ ବହି, ଆଧାର ଓ ଭୋଟର କାର୍ଡ, ରାସନ କାର୍ଡ ଓ ଘରେ ରଖିଥିବା 10 ହଜାର ଟଙ୍କା ପୋଡି ଯାଇଛି. ହାଟଡିହି ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଂଚିଲା ବେଳ କୁ ସବୁ ପୋଡି ଛାରଖାର ହୋଇ ଯାଇଥିଲା. ଏପଟେ କରୋନା ଭୟ କୁ ସେପଟେ ବିଧବା ବୃଦ୍ଧା ଅଗ୍ନିକାଣ୍ଡ ରେ କ୍ଷତି ଗ୍ରସ୍ତ ହୋଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି. ଅଦ୍ୟାବଧି କୌଣସି ସରକାରୀ କର୍ମଚାରୀ ପହଂଚି ସାହାଯ୍ୟ  ସହାୟତା କରି ନ ଥିବା ଯମୁନା କହିଛନ୍ତି । ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ  ସରକାରୀ ସହାୟତା ଯୋଗାଇ ଦେବା କୁ ଦାବି ହୋଇଛି.।

Leave A Reply

Your email address will not be published.