ପାଟଣାଗଡ଼/ସ୍ୱତନ୍ତ୍ର ପ୍ରତିନିଧି ବିମଲ ଯାଦବ – ଲକଡାଉନ ପାଇଁ ସରକାର ତଥା ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ଅସହାୟ ଲୋକଙ୍କୁ କିଏ ରନ୍ଧା ଖାଦ୍ୟ ତ କିଏ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଇତି ମଧ୍ୟରେ ରାଏମନ ଫାଉଣ୍ଡେସନ ତରଫରୁ ଟିଟିଲାଗଡ, କଣ୍ଟାବାଞ୍ଜିରେ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା, ସେହିପରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ରେ ଦିବ୍ୟାଙ୍ଗଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ପାଟଣାଗଡର ବ୍ରହ୍ମପୁରା, ଏଲଆସି କୋଲୋନି କାଦୋପଡା, ଗଡଭିତର, କୋଲପଡା, ଭାଟିଶାଲ ପଡ଼ାରେ ଥିବା ସମସ୍ତ ଦିବ୍ୟାଙ୍ଗଙ୍କୁ ରାଏମନ ଫାଉଣ୍ଡେସନର ଟ୍ରଷ୍ଟି ଶ୍ରୀମତି ରଞ୍ଜୁ ରାଏମନ, ହେଲପିଙ୍ଗ ହେଣ୍ଡ ପାଟଣାଗଡର ପ୍ରତିଷ୍ଠାତା ଵିମଳ କୁମାର ଵାଗ, ପାଟଣା ୟୂଥର ସଭାପତି ବିଶ୍ଵନାଥ ମେହେର , ଆଦିବାସୀ କଲ୍ୟାଣ ସଂଘ ମନବୋଧ ବରିହା ଏବଂ ଗିରିଧାରୀ ଭୋଇ, ଵଜରଙ୍ଗଦଳର ସଭାପତି ମନୋରଂଜନ ସେଟ, ଯାଦବ ଯୁବ ସଂଗଠନର ଅମିତ ଭାଟି, କୋଶଲ ସଂଗ୍ରାମୀ ରିଲୁ ବଡ଼ପଣ୍ଡା, ବନମାଲୀ ନାଏକ, ସିପୁନ ଖମାରୀ ଏବଂ ଅନ୍ୟାନ୍ୟ ସଦସ୍ୟ ସହ ଵୁଲି ବୁଲି ଘରକୁ ଘର ଯାଇ ରାସନ୍ ସାମଗ୍ରୀ ଦେବା ସହ ସମସ୍ତଙ୍କ ଭଲମନ୍ଦ ବୁଝିଥିଲେ। ବଲାଙ୍ଗୀର ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହି ଫାଉଣ୍ଡେସନର ଶାଖା ଅଛି ଏବଂ ସେହି ସଦସ୍ୟ ମାନଙ୍କ ଜରିଆରେ ଏହି ସେଵା କାର୍ଯ୍ୟ ଆଗକୁ ଅନ୍ୟ ଅଞ୍ଚଳରେ ଜାରି ରଖିବୁ ବୋଲି ଶ୍ରୀମତି ରାଏମନ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.