ଶତାଧିକ ଭିନ୍ନକ୍ଷମ ଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲା ପରିଷଦ ସଦସ୍ୟା 

0

ହାଟଡିହି, (ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ 37 ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଶତାଧିକ ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରିଛନ୍ତି. ନିଜ ଗ୍ରାମ ଡ଼ଅଁର ସମେତ ବିଭିନ୍ନ ଗ୍ରାମ କୁ ଚାଲି ଚାଲି ଯାଇ ଭିନ୍ନକ୍ଷମଙ୍କୁ ସାବୁନ, ମାକ୍ସ, ଚାଉଳ, ଆଳୁ, ଡାଲି, ଲୁଣ, ବିସ୍କୁଟ,ବଣ୍ଟନ କରିଥିଲେ | ତାଙ୍କ ସହ ପ୍ରତାପ ଦେଓ,କନକ ଦେଓ, ଅର୍ଜୁନ ଦେଓ, ଚନ୍ଦ୍ରମଣି ଦେଓ, ପ୍ରଭାସ ଦେଓ, ହିମାଂଶୁ ଦେଓ,ରଞ୍ଜନ ପହି, କିଶୋର ଜେନା, ସୁଧୀର ଜେନା, ମନୋଜ ବେହେରା, ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ. ସେହିପରି ଶାଳନିଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅନାଥ ଚରଣ ନାୟକ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ  ଆଦିବାସୀ ଇଲାକାରେ ଗରିବ ଦିନ ମଜୁରିଆଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଛନ୍ତି.

 

Leave A Reply

Your email address will not be published.