ଲକଡାଉନରେ ଫସି ରହି ଥିବା ଲୋକଙ୍କୁ ରାସନ ବଣ୍ଟନ ବାଣ୍ଟିଲା ରେଙ୍ଗାଲି ଟାଇଗର ଗୃପ 

0

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗାଲି ଟାଇଗର ଗୃପ ର ମୁଖ୍ୟ ଚିନ୍ତାମଣି ବାଗ,ଚିତ୍ତରଞ୍ଜନ ବାଗଙ୍କ ତତ୍ତ୍ବାବଧାନରେ ରେଙ୍ଗାଲି ଶିଳ୍ପ କରିଡରକୁ କାମ କରିବାକୁ ଆସି ଲକଡାଉନ ପରେ ଫସି ରହିଥିବା ୱେଷ୍ଚବେଙ୍ଗଲ,ୟୁପି,ମହାରାଷ୍ଟ୍ର, ଓଡିଶାର ମୟୁରଭଞ୍ଜ ଆଦି ଅଞ୍ଚଳର ଶତାଧିକ ମହିଳା ପୁରୁଷଙ୍କ ସହ ଗାଁ ଗାଁ ବୁଲି ସ୍ଥାନୀୟ ଗରିବ ଅଧିବାସୀ ମାନଙ୍କୁ ଚାଉଳ,ଆଲୁ,ଡାଲି,ତେଲ,ଲୁଣ,ସାବୁନ,ଚୁଡା ଆଦି ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

ମୟୁରଭଞ୍ଜରୁ ଆସି ଏଠାରେ କାମକରୁଥିବା କିଛି ପରିବାର ଲକଡାଉନ ପରେ କାମନପାଇ ଦୟନିୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କୁ ଆଜି ରାସନ ଦେବା ସମୟରେ କାନ୍ଦି କାନ୍ଦି ଲକଡାଉନର ଅବଧି ବଢି ଚାଲିଲେ ଆମେ କିପରି ବଞ୍ଚିବୁ ବୋଲି କାନ୍ଦି ପକାଇଥିଲେ । ସେହିପରି ୟୁପି,ମହାରାଷ୍ଟ୍ର,ୱେଷ୍ଟବେଙ୍ଗଲ ଆଦି ଦେଶରୁ ଆସି ଏଠାରେ ଫସି ରହିଥିବା କିଛି ଲୋକ ଗଣ ମାଧ୍ୟମ ଜରିଆରେ ରେ ସେମାନେଙ୍କର ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କୁ ସେମାନଙ୍କୁ ନିଜ ଦେଶକୁ ଫେରାଇ ନେବା କାନ୍ଦି କାନ୍ଦି   ଅନୁରୋଧ କରିଥିଲେ | ଏହି କାର୍ଯ୍ୟକ୍ରମରେ ଟାଇଗର ଗୃପର  ସୁଶାନ୍ତ ତନ୍ତ୍ରୀ,ରାଜେନ୍ଦ୍ର ବେହେରା, ଗୋବିନ୍ଦ ସାହୁ,ରାମରତନ ଗୁରୁ,ପ୍ରିୟା ସାହୁ,ଶ୍ରୀତମ କୁମାର ବିଶ୍ବାଳ, ବଲୁଆ ଓ ଅନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.