କୋଭିଡ-୧୯ ଡ୍ୟୁଟିରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକଙ୍କୁ ସୁରକ୍ଷା ଦାବି 

0

ବରଗଡ଼ ଜିଲ୍ଲା ଉଚ୍ଚ ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ 

ବରଗଡ଼/ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ଉଚ୍ଚ ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ତରଫରୁ ରାଜ୍ୟରେ କୋଭିଡ-୧୯ ଡ୍ୟୁଟିରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକବୃନ୍ଦଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପ୍ରଦାନ କରିଛନ୍ତି | ଏହି ଟ୍ୱିଟରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଲଢେ଼ଇରେ ଶିକ୍ଷକମାନଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି |  ହଜାର ହଜାର ଶିକ୍ଷକ ସରକାରଙ୍କ ନିର୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସଂଗେ ବୁଲି ଫିଲଡ଼ ଡ୍ୟୁଟି କରୁଛନ୍ତି | ଯେଉଁଥିରେ ସଂକ୍ରମଣର ଶିକାର ହେବାର ସମ୍ଭାବନା ରହୁଛି | ତାଙ୍କ ସଙ୍ଗେ କାମ କରୁଥିବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କୋଭିଡ ଡ୍ୟୁଟି ଜନିତ ମୃତ୍ୟୁବରଣ ହେଲେ 50 ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପା ରାଶି ଘୋଷଣା କରାଯାଇଛି | କିନ୍ତୁ ଶିକ୍ଷକ ମାନେ ସେମିତି କୌଣସି ଘୋଷଣା ନ ଥାଇ ମଧ୍ୟ ନିଜ କାର୍ଯ୍ୟ ତୁଲାଉଛନ୍ତି | ତେଣୁ ତାଙ୍କ ସୁରକ୍ଷା ନିମନ୍ତେ ବରଗଡ଼ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ, ଶିକ୍ଷା ବିଭାଗ ତଥା ମୁଖ୍ୟ ଶାସନ ଶଚିବଙ୍କୁ  ଟ୍ୱିଟ ମାଧ୍ୟମରେ ଅନୁରୋଧ କରି ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ଅନୁକମ୍ପା ସହାୟତା ଘୋଷଣା କରିବାକୁ ଅନୁରୋଧ କରିଛନ୍ତି |

 

Leave A Reply

Your email address will not be published.