ଲକ୍ ଡ଼ାଉନ ଅବମାନନା :ମୟୂରଭଞ୍ଜରେ ୧୦ମାମଲା ରୁଜୁ , ୧୨ ଗିରଫ,  ୫ ଫେରାର  

0

 ୪ ଗାଡ଼ି ଜବତ,  ୬୮ ହଜାର  ୯ ଶହ ଟଙ୍କା ଜୋରିମାନା ଆଦାୟ ,୨୭୫ ଲିଟର ଦେଶୀ ଚୋରା ମଦ ଜବତ

ବାରିପଦା(ଦିଲ୍ଲୀପ ମହାନ୍ତି )- ଲକ୍ ଡ଼ାଉନ ମାର୍ଗଦର୍ଶୀକା ଅଣଦେଖା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାଗୁଡ଼ିକରେ ୧୦ ଟି ମାମଲା ରୁଜୁ ସହିତ ୧୦ ଜଣ  ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ  ଜାମିନରେ ଛାଡ଼ି ଦିଆଯାଇଛି । ସେହିପରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ  କୋର୍ଟ ଚାଲାଣ କରାଯାଇଥିବା ବେଳେ ୫ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସରକାରଙ୍କ  ମୋଟର ଯାନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୪ଟି ଯାନକୁ ଜବତ କରାଯାଇଥିବା ବେଳେ ଏମଭି ଆକ୍ଟ ଅନୁସାରେ ୬୨ ହଜାର ୯ଶହ  ଟଙ୍କା ଜୋରିମାନା କଟା ଯାଇଥିବା ବେଳେ ମାସ୍କ ବ୍ୟବହାର କରିନଥିବା ଅଭିଯୋଗରେ  ୬ ହଜାର  ଟଙ୍କା ଏହିପରି ମୋଟ ୬୮ ହଜାର ୮ ଶହ  ଟଙ୍କା ଫାଇନ କଟାଯାଇଛି । ଏହା ବ୍ୟତୀତ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୭୫ ଲିଟର  ଦେଶୀ ଚୋରା ମଦ ଜବତ କରାଯାଇଛି । 

         ସେହିପରି ଲକ୍ ଡ଼ାଉନ ଘୋଷଣାର ପରବର୍ତ୍ତି ସମୟଠାରୁ ଜିଲ୍ଲାକୁ ସଂଯୋଗ କରୁଥିବା ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଆଦି ଆନ୍ତଃରାଜ୍ୟ ସୀମା ସହ ପଡେ଼ାଶୀ ବାଲେଶ୍ୱର, କେନ୍ଦୁଝର, ଆନନ୍ଦପୁର ଆଦି ଜିଲ୍ଲାଗୁଡ଼ିକର ସିଲ କରାଯାଇଥିବା ପ୍ରବେଶ ପଥ ଉପରେ ତୀକ୍ଷଣ ନଜର ରଖାଯିବା ସଙ୍ଗେ ସଙ୍ଗେ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ସମସ୍ତ ଥାନାଗୁଡ଼ିକରେ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ବୋଲି  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପୁରୁଷୋତ୍ତମ ଦାସଙ୍କ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.