୭୦ ଲିଟର ଚୋରା ମହୁଲି ମଦ ଜବତ,୨ ଜଣ ଗିରଫ

0

ବାରିପଦା/ଦିଲ୍ଲୀପ ମହାନ୍ତି – ଲକ ଡାଉନ ସମୟରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ ଚୋରା ମଦ ବେପାରୀମାନଙ୍କ ନିମନ୍ତେ ସୁନେପେ ସହାଗା ସଦୃଶ୍ୟ ହୋଇଛି । କିଛିଦିନ ମଧ୍ୟରେ କେତେକ ଚୋରା ମଦବେପାରୀକୁ ପୋଲିସ ଧରିବାରେ ସଫଳ ହୋଇଛି।ସେହିପରି ନିଜ ଘରେ ବିପୁଳ ପରିମାଣର ଚୋରା ମହୁଲି ମଦ ରଖି ବିକ୍ରି କରୁଥିବା ନେଇ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କଠାରୁ ଖବର ପାଇ ରବିବାର ରାତିରେ ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ପୋଲିସ ସାତକୋଶିଆ  ଗ୍ରାମର ଅଶ୍ୱିନୀ କୁମାର ନାୟକଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଥାନା ଅଧିକାରୀ ଶଶଧର ସେଠୀଙ୍କ ନେତୃତ୍ୱରେ ପୋଲିସ ଏକ ଟିମ ଘର ଭିତରୁ ମଟର ଟିଉବ ଓ ଏକ ଜାରକିନରେ ଥିବା ୭୦ ଲିଟର ଦେଶୀ ମଦକୁ ଜବତ କରିବା ସହ ଚୋରା ମଦ ବ୍ୟବସାୟୀ ଅଶ୍ୱିନୀକୁ ଘଟଣାସ୍ଥଳ ରୁ ଗିରଫ କରିଥିବା ବେଳେ ସୋମବାର ଦିନ ତାଙ୍କ ପୁଅ ଜଳଧରକୁ ଗିରଫ କରିଥିବାର ଜଣା ଯାଇଛି। ଏହାକୁ ନେଇ ମହୁଲଡିହା ଥାନାରେ  କେଶ ନଂ ୨୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.