ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ସମ୍ପନ୍ନ 

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ପରମ୍ପରାନୁସାରେ ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ପବିତ୍ର ଅକ୍ଷୟ ତୃତୀୟା ଦିନ ଶୁଭ  ଗୋଧୂଳୀ ଲଗ୍ନରେ ସମ୍ପନ୍ନ ହୋଇଛି l ଶଙ୍ଖ, ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଥାଳ ଉଠିଥିଲା l ପଣ୍ଡିତ, ମନ୍ଦିର ପୂଜକ, କନ୍ୟା ମାତାପିତା, ବର ମାତାପିତା ଓ ଯାତ୍ରା କମିଟିର ହାତଗଣତି ସଭ୍ୟଙ୍କୁ ନେଇ ଏହି ପୂଜା ଶେଷ ହୋଇଛି l

କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା କଟକଣା ତଥା ସାମାଜିକ ଦୂରତ୍ୱକୁ ଯାତ୍ରା କମିଟିର କର୍ମକର୍ତ୍ତାଙ୍କ ସମେତ ସମସ୍ତେ ମାନି ଏହି ଥାଳଉଠା ପର୍ବ ଶେଷ କରିଛନ୍ତି l ସର୍ବପୁରାତନ ବାଲିବନ୍ଧା ସୋମନାଥ ବାବା, ନନ୍ଦପଡା ଶ୍ରୀଶ୍ରୀବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଲୋକନାଥ ବାବା, ମୁଦିପଡା ଶ୍ରୀଶ୍ରୀ ଜାଗେଶ୍ୱର ବାବା, ବୁଢ଼ାରଜା ମହାଦେବ, ବଡବଜାର ଶ୍ରୀଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡା ଶ୍ରୀଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ପୀଠରେ ସାମାଜିକ ଦୂରତ୍ୱ ଅନୁସାରେ ଥାଳଉଠା ପର୍ବ ହୋଇଥିଲା l ଚଳିତ ବର୍ଷ କରୋନା କଟକଣା ଯୋଗୁ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି l

 

Leave A Reply

Your email address will not be published.