ଶିରିଡି ସାଇ ମନ୍ଦିରର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ 

0

 

20-04-18-PADAM1W.jpg - 122.64 kB

ପଦ୍ମପୁରରୁ ନୀଳ ଦୀପ -ପଦ୍ମପୁର ବ୍ଳକ କଲୋନୀ ସ୍ଥିତ ଶ୍ରୀଶ୍ରୀ ଶିରିଡି ସାଇ ମନ୍ଦିରର ପଞ୍ଚମ ପ୍ରତିଷ୍ଠା ଦିବସ ପବିତ୍ର ଅକ୍ଷୟତୄତୀୟା ଦିବସ ଅବସରରେ ପାଲିତ ହୋଇଯାଇଛି ।ଏହି ଅବସରରେ ସାଇ ଭକ୍ତମାନେ ସକାଳୁ ବାବାଙ୍କୁସ୍ନାନ କରାଇ ପୂଜା ଆଳତି କରିବା ପରେ ହୋମଜଜ୍ଞ ଅନୁଷ୍ଠିତ ହୋଇଥିଲା । ବିଜୟ ବାରିକ ଓ ତାଙ୍କ ସହଧର୍ମିଣୀ ମେନକା ବାରିକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।ମଧ୍ୟାହ୍ନ ଆଳତି ପରେ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ଅପରାହ୍ନରେ ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ସମସ୍ତେ କାର୍ଯ୍ୟକୁ ରୋଜି ବେହେରା,ଲିଜା,କୁଲବିର,ବାସନ୍ତୀ, ପ୍ରଦୀପ ସାହୁ,ଅଭିମନ୍ୟୁ,କାର୍ତ୍ତିକ ଭି. ଆନନ୍ଦ,ଗାଦି ପଟ୍ଟନାୟକ,ରାଜେଶ, ଅରୁଣ ସାହୁ ଓ ସମାଜ ସେବୀ ନିରୋଜ ଦୋରା ପ୍ରମୁଖ ପରିଚାଳନା କରିଥିଲେ । 

Leave A Reply

Your email address will not be published.