ଏ.ଟି.ଏମ ଅଚଳ, ବ୍ୟାଙ୍କରେ ମିଳୁନି ଟଙ୍କା, ଲୋକ ହନ୍ତସନ୍ତ 

0

20-04-18-PADAM.jpg - 54.74 kB

ପଦ୍ମପୁରରୁ ନୀଳ ଦୀପ-ବରଗଡ଼ ଜିଲ୍ଲାର ପଦ୍ମପୁର ସହରରେ ମଧ୍ୟ ଟଙ୍କାର ଅଭାବ ପରିଲକ୍ଷିତ ହୋଇଛି ।ସହରରେ ଥିବା ସମସ୍ତ ଏଟିଏମ ଗତ ୪ ଦିନରୁ ଅଚଳ ହୋଇ ପଡିଥିବା ବେଲେ ବ୍ୟାଙ୍କ ମାନଙ୍କରେ ମଧ୍ୟ ସମ୍ପୂର୍ଣ୍ଣ ମାତ୍ରାରେ ନୋଟ ଅଭାବ ଦେଖା ଦେଇଛି ।ଏବେ ବିବାହ ସମୟ ହୋଇଥିବା ବେଳେଏଟିଏମ ଗୁଡିକ ଅଚଳ ହୋଇ ପଡିଥିବାରୁ ବ୍ୟାଙ୍କ ମାନଙ୍କରେ ଅହେତୁକ ଭିଡ ପରିଲକ୍ଷିତ ହେଉଛି ।ଗୋଟିଏ ପଟେ ମୁଣ୍ଡଫଟା ଖରା ସହିତ ବ୍ୟାଙ୍କ ମାନଙ୍କରେ ଲମ୍ବା ଲାଇନ ଯୋଗୁଁ ବୋଝ ଉପରେ ନଲିତା ବାଡା ସଦୃଶ୍ୟ  ହୋଇଛି ।ଗ୍ରାହକ ମାନଙ୍କ ବହୁମୂଲ୍ୟ ସମୟ ଏହି ଲାଇନ ଯୋଗୁଁ ନଷ୍ଟ ହେବା ସହିତ କାଉଣ୍ଟରକୁ ପହଞ୍ଚିବା ପରେ ଅଧିକାରୀ ମାନେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରୁଥିବାରୁ ଗ୍ରାହକ ମାନେ ନିରାଶ ହୋଇ ଫେରିବା ପାଇଁ ବାଧ୍ୟ ହେଉଛନ୍ତି ।ଏ ବିଷୟରେ କୈଣସି ଗ୍ରାହକ ପ୍ରଶ୍ନ କଲେ ପଦ୍ମପୁର ଷ୍ଟେଟ ବ୍ୟାଙ୍କର କାଉଣ୍ଟରେ ବସୁଥିବା ଅଧିକାରୀ ମାନେ ର୍ଦୁବ୍ୟାବହାର ମଧ୍ୟ ପ୍ରଦର୍ଶନ କରିବା ସହିତ ଗାଲିଗୁଲଜ କରୁଥିବା ବହୁ ଅଭିଯୋଗ ଶୁଣିବାକୁ ମିଲୁଛି ।ବ୍ୟାଙ୍କ କତ୍ତୃପକ୍ଷ ବେଶିପରିମାଣରେ ଟଙ୍କା ଦେବାକୁ ମନା କରୁଥିବା ପରିବାର ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।ବ୍ୟାଙ୍କ ଅଧିକାରୀ ଉପରୁ ଆବଶ୍ୟକ ଅନୁଯାୟୀ ଟଙ୍କା ଆସୁନଥିବାରୁ ଏହି ସମସ୍ୟା ଦେଖା ଦେଇଥିବା ପ୍ରକାଶ କରିଛନ୍ତି ।ତୁରନ୍ତ ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବିହେଉଛି ।

Leave A Reply

Your email address will not be published.