ବିଶ୍ରା ଏବଂ ରାଉରକେଲା ସହରର ନାଳରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ : ଜିଲ୍ଲାପାଳ 

0

ଆଉ ନୂଆ ୩ କରୋନା ରୋଗୀ ବାହାରିବା ପରେ ପ୍ରଶାସନ ତତ୍ପର  

ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ  ) :  ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ଏବଂ ରାଉରକେଲା ସହରର ନାଳରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅଂଚଳକୁ ସିଲ କରାଯାଇଛି | କେହି ଭିତରକୁ ଯାଇ ପାରିନେ ନାହିଁ କି କେହି ଭିତରୁ ବାହାରକୁ ଆସିପାରିବେ ନାହିଁ | କଣ୍ଟେନମେଣ୍ଟ ସମୟରେ ଡୋର ଟୁ ଡୋର ଗ୍ରୋସେରୀ ଆଉ ପ୍ରତି ୫୦ଟା ଘରକୁ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ | କେବଳ ହେଲ୍ଥ ଟିମ ପ୍ରଶାସନ ଆଉ ସର୍ଭେ ଦାୟିତ୍ୱରେ ଥିବା ଅଙ୍ଗନବାଡି କର୍ମୀ ଆଦିଙ୍କୁ ପ୍ରବେଶ ଅନୁମତି ରହିବ ବୋଲି ଜିଲ୍ଲାପାଳ  ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟଯେ ଗତକାଲି ନୂଆ ୩ କରୋନା ରୋଗୀ ରାଉରକେଲାରୁ ଚିହ୍ନଟ ହୋଇଥଲେ  | ଦୁଇଜଣ ହେଉଛନ୍ତି ବିଶ୍ରାର  ପୂର୍ବର କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ  | ଆଉ ଜଣେ ହେଉଛନ୍ତି ନାଳ ରୋଡର ସସପେକଟେଡ଼ କଣ୍ଟାକଟ 

Leave A Reply

Your email address will not be published.