ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଅକ୍ଷୟ ତୃତୀୟା : ଲାଗି ହେଲା ପଖାଳ ଭୋଗ 

0

ବରଗଡ :-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ସୁପ୍ରସିଦ୍ଧ ମନ୍ଦିର । ବର୍ଷ ତମାମ ଏହି ପବିତ୍ର ତୀର୍ଥକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ପର୍ଯଟକ ମାନଙ୍କର ପ୍ରବଳ ଭିଡ ଲାଗିରହିଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ଼ 19 ର ସଂକ୍ରମଣ ପାଇଁ ସବୁ ଥମି ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ 17 ତାରିଖରୁ ମନ୍ଦିର ପରିସରକୁ ତୀର୍ଥ ଯାତ୍ରୀ ଓ ପର୍ଯଟକ ମାନଙ୍କର ପାଇଁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଛି । ମନ୍ଦିରରେ କେବଳ ମହାପ୍ରଭୁଙ୍କ ଙ୍କର କିଛି ସୀମିତ ସେବାୟତ ମାନେ ମହାପ୍ରଭୁଙ୍କ ରୀତିନୀତି କୁ ପାଳନ କରୁଛନ୍ତି । 

      ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଠାରୁ ସନ୍ଧ୍ୟାରେ 4ଟା ସମୟରେ ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ ଅର୍ପଣ ଆରମ୍ଭ ହେଇଯାଇଛି । ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ଏହି ପବିତ୍ର ପଖାଳ ଭୋଗ ପାଇବାକୁ ଶହ ଶହ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଥାଏ ।ହେଲେ ଚଳିତ ବର୍ଷ କେବଳମହାପ୍ରଭୁଙ୍କ ଙ୍କର ନୀତି କୁ ବଜାୟ ରଖିବାକୁ ପଖାଳ ଭୋଗ ମହାପ୍ରଭୁଙ୍କ ନିକଟରେ ଅର୍ପଣ ହେବା ପରେ ସେବାୟତ ମାନେ ଏହି ଭୋଗ ପାଇଥିଲେ । ଅଶାନ୍ତ ଦଶମୀ ପର୍ଯନ୍ତ ପ୍ରତ୍ୟେକ ଦିନ ସାନ୍ଧ୍ୟ 4ଟା ସମୟରେ ଏହି ପଖାଳ ଭୋଗ ଅର୍ପଣ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ରୀତିନୀତି ରେ ଓ ପ୍ରଶାସନ ତରଫରୁ ଜାରି କରାଯାଇଥିବା କୋଭିଡ଼ 19 ନିୟମ ମୁତାବକ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରଯିବ ବୋଲି ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।

 

Leave A Reply

Your email address will not be published.