ଡିଜିଟାଲାଇଜେସନରେ ପାଲିତ ହେଲା ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠଙ୍କ ଜୟନ୍ତୀ

0 1

ପଦ୍ମପୁର-/ ଶାସକ ପ୍ରଶାସକ -ଗଣତାନ୍ତ୍ରିକ ଚେତନା, ସାମ୍ବିଧାନିକ ଚିନ୍ତାଧାରା, ସ୍ଵାଭିମାନୀ, ସତ୍ୟବାଦିତା ଆଦି ଥିଲା ଖଗେଶ୍ଵର ସାହିତ୍ୟର ଅନ୍ତର । ସାଧାରଣ ସ୍ତରକୁ ଆକ୍ରମିତ ପରାଧିନତା ବିରୁଦ୍ଧରେ ଶାଣିତ ସାହିତିକ ସ୍ୱର ଉତୋଳନ କରି ସେ କାଳଜୟୀ ସାହିତ୍ୟ ସୃଜନ କରିଯାଇଛନ୍ତି । ସାଂପ୍ରତିକ ସମୟରେ ଏହି ଅନୁଚିନ୍ତାର ସଫଳ ପ୍ରୟୋଗର ଆବଶ୍ୟକତା ରହିଛି ବୋଲି ଡିଜିଟାଲାଇଜେସନ ମାଧ୍ୟମରେ ଖଗେଶ୍ଵର ସାହିତ୍ୟ କଳା ପରିଷଦ ବିଜେପୁର ଆନୁକୁଲ୍ୟରେ ପାଳିତ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ୧୧୫ତମ ଜୟନ୍ତୀ ଅବସରରେ ମତପ୍ରକାଶ ପାଇଛି । ପୃଥିବୀର ସମସ୍ତ ଜନ ଜୀବନକୁ କରୋନା ପ୍ରଭାବିତ କରିଛି । ତେଣୁ କରୋନା କଟକଣା ଯୋଗୁଁ ସଭା, ସମିତି ଉପରେ ରୋକ ଲାଗିଥିବା ବେଲେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସଭା ହୋଇ ନାହିଁ ।ଅତିଥି, ବକ୍ତା ପ୍ରମୁଖ ନିଜ ନିଜ ଘରେ ଥାଇ ଆଜି ବକ୍ତବ୍ୟ ପ୍ରଦାନ କରିଛନ୍ତି ଏବଂ ସେସବୁକୁ ନେଇ ପ୍ରସ୍ତୁତ ହୋଇଥିବା ୧ ଘଣ୍ଟା ୫ମିନିଟର ଏକ ଭିଡିଓ ୟୁଟୁବରେ ଅପଲୋଡ ହୋଇଛି । ସାହିତ୍ୟ ସଂସଦ ସଭାପତି ମୋହନ ସିଂ କହ୍ନେଇଙ୍କ ପୌରୋହିତ୍ୟରେଆୟୋଜିତ ଏହି ସମାରୋହରେ ପଦ୍ମଶ୍ରୀ ବ୍ୟଙ୍ଗକବି ମନୋରଂଜନ ସାହୁ, ସାହିତିକ ଡ. ମାନରଂଜନ ପଧାନ ଅତିଥି ଭାବରେ ଏବଂ ସ୍ତମ୍ବକାର ପ୍ରୀତିଶ ଆଚାର୍ଯ୍ୟ, ନାଟ୍ୟକାର କେଶରଂଜନ ପଧାନ, ଅଲୋଚକ ଡ.ଶ୍ୟାମ ସୁନ୍ଦର ଧର, ଆଲୋଚକ ଡ.ରବିନ୍ଦ୍ର  ଗଡ଼ତିଆ, ଅଧ୍ୟାପକ କିଶୋର ମେହେର ଓ ଅଧ୍ୟାପକ ପ୍ରକାଶ ସେଠି ଯୋଗଦାନ କରି ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଗବେଷକ ଉତ୍ପନ୍ନ ଭୋଇ ଭିତି ପ୍ରବନ୍ଧ ଉପସ୍ଥାପନ କରିଛନ୍ତି । ଭିଡ଼ିଓରେ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପ୍ରାରମ୍ଭିକ ବକ୍ତବ୍ୟ ରହିଥିବା ବେଲେ ଯୁବ କଣ୍ଠ ଶିଳ୍ପୀ ଅଜିତ ପାଣିଗ୍ରାହୀଙ୍କ କଣ୍ଠରେ କବି ଖଗେଶ୍ବର ସେଠଙ୍କ ଗୀତ ରହିଛି । ଖଗେଶର ସାହିତ୍ୟ ପରିଷଦର ଉପସଭାପତି ଦିଲ୍ଲିପ କୁମାର ଦେବତା, ସଂପାଦକ ରାଜେଶ୍ଵର ବେହେରା,ସହ-ସଂପାଦକ ହୃଦମଣି ସାହୁ, ବରିଷ୍ଠ ସଦସ୍ୟ ଜିତେନ୍ଦ୍ରିୟ ମେହେର, କବୟିତ୍ରି ଅହଲ୍ୟା ପଧାନ ପ୍ରମୁଖ କାର୍ଯ୍ୟକ୍ରମ ସମୁହକୁ ସଂଯୋଜନା କରିଛନ୍ତି । ଶେଷରେ କୋଷାଧ୍ୟକ୍ଷ ଦେବାଶିଷ ମେହେର ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.