ପାଇକମାଲ :- ଆଜିପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଏବଂ ବି. ଡ଼ି. ଓ ଶ୍ରୀ ସୁରେନ୍ଦ୍ର ମେହେର ତଥା ପାଇକମାଲ ବଣିକ ସଂଘର କର୍ମକର୍ତ୍ତାମାନଙ୍କର ଏକ ଆଲୋଚନା ପରେ ତଥା ସାଧାରଣ ଜନତା ଙ୍କର ସୁବିଧା ନିମନ୍ତେ ଏହା ନିଶ୍ଚିତ କରଗଲା ଯେ ଏକ ଆସନ୍ତା କାଲିଠାରୁ, ଅଂଚଳର ଲୁହା ଦୋକାନ (ହାର୍ଡ ୱେର ), ଇଲେକ୍ଟ୍ରିକଲ ଦୋକାନ (ରିପ୍ୟାରୀଂ ), ମେକାନିକାଲ ପାର୍ଟ (ରିପ୍ୟାରୀଂ ), ବହି ଦୋକାନ ,ସିମେଣ୍ଟ, ଛଡ଼ ଦୋକାନ ସକାଳ ସାତ ଟାରୁ ଏଗାରଟା ପର୍ଯନ୍ତ କୋବିଡ଼ 19 ର ସମସ୍ତ ନିୟମ ପାଳନ କରି ଖୋଲି ପାରିବେ । ଏଥିପାଇଁ ଏହି ସମସ୍ତ ଦୋକାନ କରିଥିବା ଦୋକାନ ମାଲିକ ମାନେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲିଖିତ ଦରଖାସ୍ତ ସଂଘର ସଭାପତିଙ୍କୁ ପ୍ରଦାନ କ୍ଷରିବେ । ଏହା ସହିତ ଅନୁମତି ପ୍ରଦାନ କରାଯାଇଥିବା ସମସ୍ତ ଦୋକାନ ମାଲିକ ମାକ୍ସ ବ୍ୟବହାର କରିବା ସହିତ ସାମାଜିକ ଦୂରତ୍ୱ ଉପରେ କଡା ଦୃଷ୍ଟି ରଖିବେ ନିଜେ ମାସ୍କ ପିନ୍ଧିବେ ଓ ବିନା ମାସ୍କ ଧାରୀ ଗ୍ରାହକ କୁ ଦୋକାନ କୁ ଆସିବାକୁ ମନା କରିବେ । ଯଦି କୋଣସି ଦୋକାନୀ ସରକାରଙ୍କର ଦ୍ୱାରା ଜାରି କରାଯାଇଥିବା ଦିଶା ନିର୍ଦେଶର ଖିଲାପ କରନ୍ତି ବା ଅବମାନନା କରନ୍ତି ତେବେ ସେମାନଙ୍କର ବିରୋଧ ଆଇନ ଅନୁସାରେ କାର୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର ସୂଚନା ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.