ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜକୁ ପଶ୍ଚିମବଙ୍ଗ ଚିନ୍ତା। ରାଜ୍ୟରେ ପଶ୍ଚିବବଙ୍ଗ ଲିଙ୍କ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଚିନ୍ତାକୁ ଆହୁରି ବଢାଇ ଦେଇଛି। ପଶ୍ଚିମବଙ୍ଗର ୭ଟି ଜିଲ୍ଲା କୋଲକାତା, ହାଓ୍ୱଡା, ଉତ୍ତର ଚବିଶ ପ୍ରଗଣା, ଦାର୍ଜିଲିଂ, ଜଲପାଇଗୁଡି, କାଲିମପଙ୍ଗ ଓ ଓଡ଼ିଶାର ସର୍ବବୃହତ୍ତ ଜିଲ୍ଲା ମୟୂରଭଞ୍ଜକୁ ଲାଗି ଥିବା ପୂର୍ବ ମେଦିନାପୁରରେ ସ୍ଥିତି ଅତି ସଙ୍ଗୀନ ଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାଶମୁଣ୍ଡଳୀ ପଞ୍ଚାୟତର କାଞ୍ଜିଆମୁଣ୍ଡା, ଟୁକୁପଳାଶିଆ; ଚିକିଟାମାଟିଆ ପଞ୍ଚାୟତର ଖୁଣ୍ଟାପାଳ,ଭାତଛତର, ବ୍ରାହ୍ମଣମରା ଏବଂ ନୁହାଝାଳିଆ ପଞ୍ଚାୟତର ଧିରେଇଡ଼ିହି, ବଡ଼ଶୋଳ ପ୍ରଭୃତି ଗାଁ ଗୁଡିକ ପୋଡ଼ାଶୀ ପଶ୍ଚିମବଙ୍ଗ ରାଜ୍ୟ ସୀମାନ୍ତବର୍ତ୍ତୀ ହୋଇଥିବାରୁ ପୂର୍ବରୁ ରହିଥିବା ପାଦଚଲା ରାସ୍ତାରେ ଲୋକମାନେ ସାଇକେଲ, ବାଇକ ମାଧ୍ୟମରେ ବିନା ପ୍ରତିବନ୍ଧକରେ ଯାତାୟତ କରିବା ସମ୍ଭବ ହେଉଛି। ସେହିପରି ଶୁଳିଆପଦା ବ୍ଲକର ବାଘଡା, ଶିର୍ଷା ଏବଂ ଚକଶୁଳିଆପଦା ଦେଇ ପଶ୍ଚିମବଙ୍ଗକୁ ଯାତାୟତ ହୋଇପାରୁଛି। ପୁଣି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ପ୍ରତ୍ୟେକ ଦିନ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ସହିତ ମାଛ, ପନିପରିବା ଆଦି ପିକ-ଅପରେ ବୋଝେଇ ହୋଇ ବିକ୍ରି ପାଇଁ ଆସିଥାଏ । ଏହାବ୍ୟତୀତ ରେଡିମେଣ୍ଟ ପୋଷାକ କୋଲକାତାର ହରିସା ଓ ମଙ୍ଗଳା ମାର୍କେଟରୁ ବ୍ୟବସାୟୀମାନେ ଆଣି ଥାଆନ୍ତି । ତେଣୁ ପଡୋଶୀ ପଶ୍ଚିମବଙ୍ଗ ମୟୂରଭଞ୍ଜ ପାଇଁ ମୁଣ୍ଡବ୍ୟଥାର ମୁଖ୍ୟ କାରଣ ପାଲଟିଛି । ଏଣୁ ବାରିପଦା ତଥା ମୟୂରଭଞ୍ଜବାସୀ ଓ ଜିଲ୍ଲାପ୍ରଶାସନ ଏଦିଗରେ ଯଥେଷ୍ଟ ସତର୍କତା ଅବଲମ୍ବନ ନ କଲେ ଭବିଷ୍ୟତରେ ସମ୍ଭାବ୍ୟ ବିପଦକୁ ଏଡାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ କରାଯାଉଥିବା ନୀରିକ୍ଷଣରେ ଯଦି ଟିକିଏ ଆନ୍ତରିକତା ଅଭାବ ରହିଲା ବା ଟିକିଏ ଢିଲା ମାରିଲେ ଏବେ ଚିନ୍ତା ବଢ଼ାଇଦେଇଥିବା ପଶ୍ଚିମ ବଙ୍ଗଳା ସରକାରଙ୍କ ନିଦ ହଜାଇଦେବ |
Sign in
Sign in
Recover your password.
A password will be e-mailed to you.