ସଞ୍ଜୟ ସେବା ଟ୍ରଷ୍ଟ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ 

0 2

(ଆଠମଲ୍ଲିକ/ସନ୍ତୋଷମେହେର): ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର  ସମସ୍ତ ଅଂଚଳରେ ରହିଥିବା ଅସହାୟ ଭିନ୍ନକ୍ଷମ ଓ ମାନସିକ ବିକୃତ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି I କିଆକଟା ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ଆଠମଲ୍ଲିକ ଅଞ୍ଚଳର 15ଗୋଟି ପଂଚାୟତ ସହିତ ଆଠମଲ୍ଲିକ ସହରରେ ଥିବା ସମସ୍ତ ଅସହାୟ, ଭିନ୍ନକ୍ଷମ ଓ ମାନସିକ ବିକୃତ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା, ପାଖି ପାଖି 600 ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା, ସର୍ବଶେଷରେ ଅଇଡ଼ା ଗ୍ରାମପଂଚାୟତ ରେ ରନ୍ଧା ଖାଦ୍ୟ ବଣ୍ଟନ ଶେଷ ହେଇଥିଲା, ଏପରି ରନ୍ଧା ଖାଦ୍ୟ ଆଗାମୀ ଲୋକଡାଉନ  ଥିବା ଯାଏଁ ଚାଲି ରହିବ ବୋଲି ସଞ୍ଜୟ ସେବା ଟ୍ରଷ୍ଟ ର ପରିଚାଳକ ସଂଜୟ ନାୟକ ସୂଚନା ଦେଇଥିଲେ ସହଯୋଗ ରେ କିଆକଟା ସରପଞ୍ଚ ସୋମନାଥମଲ୍ଲିକ, ଗ୍ରାମରୋଜଗାର ସେବକ ସୁନୀଲ କୁମାର ଭୋଇ, ଯୁବ ସାମ୍ବାଦିକ ସରୋଜ କୁମାର ପ୍ରଧାନ, ସୁନୀଲ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ I

 

Leave A Reply

Your email address will not be published.